ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟନ ସ୍ବାମୀ ପ୍ରିୟଙ୍କା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ପ୍ରିୟଙ୍କା ଜଣେ ମାନସିକ ରୋଗୀ ଏବଂ ସେ ସାର୍ବଜନୀନ ଜୀବନରେ କାମ କରିବା ଉଚିତ ନୁହେଁ ବୋଲି ସ୍ବାମୀ କହିଛନ୍ତି। ସେ ଲୋକଙ୍କୁ ମାର୍‌ପିଟ କରନ୍ତି। ପ୍ରିୟଙ୍କା କେବେ ମାନସିକ ସନ୍ତୁଳନ ହରାଇବେ ତାହା କେହି ଜାଣନ୍ତି ନାହିଁ ବୋଲି ସେ କହିଛନ୍ତି। ପ୍ରିୟଙ୍କା ‘ବାଇପୋଲାର ଡିଜ୍‌ଅର୍ଡର’ରେ ପୀଡ଼ିତ ବୋଲି ସ୍ବାମୀ କହିଛନ୍ତି।