ସୁବ୍ରତ ବାଗ୍‌ଚୀଙ୍କୁ ଶୁଣିବା ପାଇଁ ଅପେକ୍ଷା କରୁଛନ୍ତି ପ୍ରବାସୀ ଓଡ଼ିଆ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ତଥା ପଦକ୍ଷେପକୁ ନେଇ ଚାରିଆଡ଼େ ଚର୍ଚ୍ଚା। ବିଭିନ୍ନ ମହଲରେ ପ୍ରଶଂସା ବି କରାଯାଉଛି। ତେବେ, ଏହିଭିତରେ ଚର୍ଚ୍ଚା ପରିସରକୁ ଆସିଛନ୍ତି ରାଜ୍ୟ ସରକାରଙ୍କ କରୋନା ଅଭିଯାନର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। କେବଳ ରାଜ୍ୟ ଭିିତରେ କାହିଁକି, କରୋନା ସମ୍ପର୍କିତ ତାଙ୍କର ତଥ୍ୟଭିତ୍ତିକ ସୂଚନାକୁ ଶୁଣିବା ପାଇଁ ରାଜ୍ୟବାହାରେ ରହୁଥିବା ଓଡ଼ିଆ ଲୋକମାନେ ବି ଅପେକ୍ଷା କରୁଛନ୍ତି।

ଲକ୍‌ଡାଉନ୍‌ ସମୟରେ ଦେଶ ସହିତ ରାଜ୍ୟର କରୋନାଜନିତ ପରିସ୍ଥିତି ସମ୍ପର୍କରେ ଜାଣିବା ପାଇଁ ସବୁ ଲୋକଙ୍କ ମଧ୍ୟରେ ବ୍ୟଗ୍ରତା ରହିଛି। ନୂଆଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ସେହି ବ୍ୟଗ୍ରତା ରହିଛି। ‘ସମ୍ବାଦ’ ସହିତ କଥାହେଲାବେଳେ ସେମାନେ କହିଛନ୍ତି ଯେ, ପ୍ରତ୍ୟେକ ଦିନ କରୋନା ସମ୍ପର୍କରେ ସୂଚନା ଦେଉଥିବା ଶ୍ରୀ ବାଗ୍‌ଚୀଙ୍କୁ ସେମାନେ ନିଶ୍ଚୟ ଅପେକ୍ଷା କରୁଛନ୍ତି। ସେ ଯେଉଁଭଳି ସୂଚନା ପ୍ରଦାନ କରୁଛନ୍ତି ତାହା କେବଳ ତଥ୍ୟରେ ସୀମିତ ରହୁନାହାନ୍ତି, ସଚେତନତା ବାର୍ତ୍ତା ମଧ୍ୟ ଦେଉଛନ୍ତି। ଯାହାକି, ସେମାନଙ୍କ ଲକ୍‌ଡାଉନ୍‌ଜନିତ କଷ୍ଟକୁ ଲାଘବ କରିଦେଉଥିବା କହିଛନ୍ତି।

ସମ୍ବନ୍ଧିତ ଖବର