ନୂଆଦିଲ୍ଲୀ: ଆଶନା ଚୌଧୁରୀ ଉତ୍ତରପ୍ରଦେଶର ହାପୁର ଜିଲ୍ଲାର ବାସିନ୍ଦା। ୨୦୨୨ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ୯୯୨ ମାର୍କ ରଖିଛନ୍ତି। ସେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ଗାଜିଆବାଦରୁ ତାଙ୍କର ପାଠପଢା ଆରମ୍ଭ କରିଥିଲେ। ସେ ୟୁପିଏସସି ପ୍ରିଲିମ୍ସ ପରୀକ୍ଷାରେ ୨ଥର ଉତ୍ତୀର୍ଣ୍ଣ ହୋଇପାରି ନଥିଲେ ମଧ୍ୟ ତୃତୀୟ ଚେଷ୍ଟାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ଆଶନା ଅଲ ଇଣ୍ଡିଆ ରାଙ୍କ୍୧୧୬ ହାସଲ କରିଛନ୍ତି।
ଆଶନା ଦିଲ୍ଲୀର ଲେଡି ଶ୍ରୀରାମ କଲେଜରୁ ଇଂରାଜୀ ସାହିତ୍ୟରେ ବିଏ ସମ୍ମାନ ସହ ସ୍ନାତକ ହାସଲ କରିଛନ୍ତି। ସ୍ନାତକୋତ୍ତର ସମାପ୍ତ କରିବା ପରେ ୨୦୧୯ରେ ଆଶନା ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଆଶନା ଉତ୍ତରପ୍ରଦେଶର ହାପୁର ଜିଲ୍ଲାର ପିଲଖୁବାର ବାସିନ୍ଦା। ତାଙ୍କ ପିତା ଡକ୍ଟର ଅଜିତ ଚୌଧୁରୀ ଏକ ସରକାରୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଛନ୍ତି। ତାଙ୍କ ମାତାଙ୍କ ନାମ ଇନ୍ଦୁ ସିଂ। ସୋସିଆଲ ମିଡିଆରେ ଆଶନା ବହୁତ ସକ୍ରିୟ ରହିଛନ୍ତି। ସେ ପ୍ରାୟତଃ ଇନଷ୍ଟାଗ୍ରାମରେ ନିଜର ଫଟୋ ସେୟାର କରନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ପ୍ରାୟ ୮୨ ହଜାରରୁ ଅଧିକ ଫଲୋୟର୍ସ ଅଛନ୍ତି।