ବାଲେଶ୍ବର/ ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ସେନା ମିଳିତ ଭାବେ ଓଡ଼ିଶା ଉପକୂଳର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟୀ (ଆଇଟିଆର)ରୁ କୁଇକ୍ ରିଆକ୍ସନ୍ ସର୍ଫେସ୍ ଟୁ ଏୟାର ମିସାଇଲ୍ (କ୍ୟୁଆରଏସଏଏମ) ବ୍ୟବସ୍ଥାର ପରୀକ୍ଷଣକୁ ସଫଳତାର ସହ ସମାପ୍ତ କରିଛନ୍ତି । ବର୍ତ୍ତମାନ ଏହା ଭାରତୀୟ ସେନାରେ ସାମିଲ୍ ହେବା ଲଗି ପ୍ରସ୍ତୁତ ହୋଇଛି ।
ବିଭିନ୍ନ ପରିସ୍ଥିତିରେ ଅସ୍ତ୍ରଶସ୍ତ୍ରର ମାରକ କ୍ଷମତାକୁ ଆକଳନ କରିବା ପାଇଁ ବିଭିନ୍ନ ପ୍ରକାରର ବିପଦକୁ ଠାବ ସହିତ ଆକାଶରେ ଆସୁଥିବା ଦ୍ରୁତଗାମୀ ଲକ୍ଷ୍ୟ ବିରୁଦ୍ଧରେ ଏହି ପରୀକ୍ଷା କରାଯାଇଥିଲା, ଯେଉଁଥିରେ ଦୂରଗାମୀ ମଧ୍ୟମ ଉଚ୍ଚତା, ସ୍ୱଳ୍ପ ଦୂରତା, ଅଧିକ ଉଚ୍ଚତାରେ ଲକ୍ଷ୍ୟକୁ ପରିଚାଳନା, କମ୍ ଉଚ୍ଚତାରେ ରାଡାର ଦ୍ୱାରା ଏହାକୁ ଠାବ କରିବା ସହିତ ଲକ୍ଷ୍ୟଭେଦ ଏବଂ ସାମୂହିକ ଭାବେ ଦୁଇଟି କ୍ଷେପଣାସ୍ତ୍ରକୁ କ୍ରମାଗତ ଭାବରେ ଛଡାଯାଇଥିଲା। ଉଭୟ ଦିନ ଓ ରାତି ପରିସ୍ଥିତିରେ ଏହାର କାର୍ଯ୍ୟଦକ୍ଷତାକୁ ମଧ୍ୟ ମୂଲ୍ୟାଙ୍କନ କରାଯାଇଥିଲା ।
ଏହି ପରୀକ୍ଷଣ ସମୟରେ, ଅତ୍ୟାଧୁନିକ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ୱାରହେଡ୍ ଚେନ୍ ସହିତ କଣ୍ଟ୍ରୋଲ୍ ଆଲଗୋରିଦମ ଅସ୍ତ୍ର ପ୍ରଣାଳୀର ଶତ ପ୍ରତିଶତ ଲକ୍ଷ୍ୟଭେଦ ସହ ମିଶନର ସମସ୍ତ ଉଦ୍ଦେଶ୍ୟ ପୂରଣ ହୋଇଥିଲା । ଆଇଟିଆର ଦ୍ୱାରା ନିୟୋଜିତ ଟେଲିମେଟ୍ରି, ରାଡାର ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ୍ ଟ୍ରାକିଂ ସିଷ୍ଟମ୍ (ଇଓଟିଏସ୍) ପରି ଅନେକ ଯନ୍ତ୍ରାଂଶ ଦ୍ୱାରା ଏକତ୍ର ହୋଇଥିବା ତଥ୍ୟରୁ ଏହାର କାର୍ଯ୍ୟଦକ୍ଷତା ନିଶ୍ଚିତ ହୋଇଛି । ଏହି ଉତକ୍ଷେପଣ ସମୟରେ ଡିଆରଡିଓ ଏବଂ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ପରୀକ୍ଷଣଗୁଡିକ ସ୍ୱଦେଶୀ ରେଡିଓ ଫ୍ରିକୁଏନ୍ସି (ଆରଏଫ୍) ସନ୍ଧାନକାରୀ, ଭ୍ରାମ୍ୟମାଣ ଲଞ୍ଚର୍, ସମ୍ପୂର୍ଣ୍ଣ ସ୍ୱୟଂଚାଳିତ କମାଣ୍ଡ ଏବଂ କଣ୍ଟ୍ରୋଲ୍ ସିଷ୍ଟମ୍, ସିସିଟିଭି ଏବଂ ମଲ୍ଟି ଫଙ୍କସନ୍ ରାଡାର ସହିତ ସମସ୍ତ ସ୍ୱଦେଶୀ-ବିକଶିତ ସବ୍-ସିଷ୍ଟମକୁ ନେଇ ଚୂଡାନ୍ତ ପରୀକ୍ଷଣ କରାଯାଇଥିଲା । କ୍ୟୁଆରଏସଏଏମ୍ ଅସ୍ତ୍ର ପ୍ରଣାଳୀର ସ୍ୱତନ୍ତ୍ରତା ହେଉଛି ଏହା ସର୍ଚ୍ଚ ଏବଂ ଟ୍ରାକ୍ ସାମର୍ଥ୍ୟ ଏବଂ ଅଳ୍ପ ସମୟରେ ଉତକ୍ଷେପଣ ହୋଇପାରିବ । ଏହା ପୂର୍ବରୁ କରାଯାଇଥିବା ପରୀକ୍ଷା ସମୟରେ ଏହା ପ୍ରମାଣିତ ହୋଇଛି।
ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଏବଂ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି । ସେ ଆତ୍ମବିଶ୍ୱାସର ସହ ଦର୍ଶାଇଛନ୍ତି ଯେ ସଶସ୍ତ୍ର ବାହିନୀ ପାଇଁ କ୍ୟୁଆରଏସଏଏମ୍ ଅସ୍ତ୍ର ପ୍ରଣାଳୀ ଏକ ଉତ୍କୃଷ୍ଟ ଶକ୍ତି ହେବ । ପ୍ରତିରକ୍ଷା ଆର ଆଣ୍ଡ୍ ଡି ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ସଫଳ ପରୀକ୍ଷଣ ସହିତ ଏହାର ଉତ୍ପାଦନରେ ଜଡ଼ିତ ଟିମ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ କହିଛନ୍ତି ଯେ ଭାରତୀୟ ସେନାରେ ସାମିଲ ପାଇଁ ଏହା ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/d412.jpg)