ଆଇଟିଆରରୁ ‘ଅଭ୍ୟାସ’ ବିମାନର ସଫଳ ପରୀକ୍ଷଣ

ବାଲେଶ୍ଵର : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ଉଚ୍ଚ ଗତିଯୁକ୍ତ ଆକାଶମାର୍ଗରେ ଲକ୍ଷ୍ୟ ଭେଦକାରୀ ଅଭ୍ୟାସ ବିମାନର ପରୀକ୍ଷା ସଫଳତାର ସହ କରାଯାଇଛି । ଓଡିଶାର ବାଲେଶ୍ଵରସ୍ଥିତ ଆଇଟିଆରରୁ ଏହି ପରୀକ୍ଷା ସମ୍ପନ୍ନ ହୋଇଛି । ପରୀକ୍ଷା ସମୟରେ ଦୁଇଟି ପରୀକ୍ଷାମୂଳକ ଯାନକୁ ସଫଳତାର ସହିତ ଉଡ଼ାଯାଇଥିଲା । ଏହି ଯାନ ବିଭିନ୍ନ କ୍ଷେପଣାସ୍ତ୍ର ପଦ୍ଧତିର ମୂଲ୍ୟାୟନ ପାଇଁ ଲକ୍ଷ୍ୟ ଭାବେ ବ୍ୟବହାର କରାଯାଇଥାଏ ।

ଡିଆରଡିଓର ବିମାନ ବିକାଶ ପ୍ରତିଷ୍ଠାନ (ଏଡିଇ) ପକ୍ଷରୁ ଅଭ୍ୟାସର ପରିପାଟି ବିକଶିତ ହୋଇଛି । ଏହି ବାୟୁ ଯାନ ଦୁଇଟି ଅଣ୍ଡର ସ୍ଲଙ୍ଗ ବୁଷ୍ଟର ସାହାଯ୍ୟରେ ଛଡା ଯାଇଥାଏ । ଗ୍ରାଉଣ୍ଡ କଣ୍ଟ୍ରୋଲ ଷ୍ଟେସନରୁ ଲାପଟପ ଜରିଆରେ ଏହି ବାୟୁ ଯାନର ଗତିବିଧି ଓ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇଥାଏ ।

ପରୀକ୍ଷା ବେଳେ ୫ କିଲୋମିଟର ଉଚ୍ଚତାରେ ଏହାକୁ ବ୍ୟବହାର କରାଯାଏ ଏବଂ ଏହି ଯାନ ସଫଳତାର ସହ ସମସ୍ତ ଲକ୍ଷ୍ୟ ହାସଲ କରିପାରୁଥିବା ଜଣାପଡୁଛି ।

ସମ୍ବନ୍ଧିତ ଖବର