ଅତ୍ୟାଧୁନିକ ଟ୍ୟାଙ୍କ୍‌ ବିଧ୍ବଂସୀ କ୍ଷେପଣାସ୍ତ୍ର ‘ନାଗ୍’ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ତୃତୀୟ ପିଢ଼ିର ଅତ୍ୟାଧୁନିକ ଟ୍ୟାଙ୍କ୍‌ ବିଧ୍ବଂସୀ ଗାଇଡେଡ୍‌ ମିସାଇଲ୍‌ ‘ନାଗ୍‌’ର ଆଜି ସଫଳ ପରୀକ୍ଷଣ ହୋଇଛି। ରାଜସ୍ଥାନର ପୋଖରାନ ରେଂଜ୍‌ରେ ଆଜି ଏହାର ପରୀକ୍ଷା ହୋଇଥିବା ଡିଆର୍‌ଡିଓ ସୂତ୍ରରୁ ଜଣାପଡ଼ିଛି । ବାସ୍ତବ ଯୁଦ୍ଧାସ୍ତ୍ର ସହିତ ଏହି କ୍ଷେପଣାସ୍ତ୍ରକୁ ନିର୍ଦ୍ଧାରିତ ରେଂଜ୍‌ରେ ରଖି ପ୍ରୟୋଗ କରାଯାଇଥିଲା ଏବଂ ଏହା ଟାର୍ଗେଟ୍‌ ଧ୍ବଂସ କରିବାରେ ଶତ ପ୍ରତିଶତ ସଫଳ ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର