ରକେଟ୍‌ର ଗତି ହ୍ରାସ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ସଫଳ ପରୀକ୍ଷଣ

ଇସ୍ରୋ ପାଇଁ ଆଉ ଏକ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଶନିବାର ଦିନ ରକେଟ୍‌ର ଗତି ହ୍ରାସ ପାଇଁ ଏକ ଅତ୍ୟାଧୁନିକ ଜ୍ଞାନକୌଶଳର ସଫଳ ପରୀକ୍ଷଣ କରିଛି। ଏହାକୁ ଆଇଏଡି ବା ଇନଫ୍ଲେଟେବଲ୍ ଏରୋଡାଇନାମିକ୍ ଡିସଲେରଟର କୁହାଯାଉଛି ଯାହା ଭବିଷ୍ୟତରେ ମଙ୍ଗଳ କିମ୍ବା ଶୁକ୍ରରେ ପେଲୋଡ୍ ଅବତରଣ ପାଇଁ ବ୍ୟବହାର ହେବ। ବାୟୁମଣ୍ଡଳରୁ ଅବତରଣ କରୁଥିବା ବସ୍ତୁର ବେଗକୁ ନିୟନ୍ତ୍ରଣ କରିବା ପାଇଁ ଆଇଏଡି ବିକଶିତ ହୋଇଛି।

ଏହି ଜ୍ଞାନକୌଶଳକୁ ଏକ ଧ୍ୱନି ରକେଟର ପେଲୋଡ୍ ଭିତରେ ରଖାଯାଇ ପରୀକ୍ଷଣ କରାଯାଇଛି । ଏହି ରକେଟ୍ ଆଇଏଡିକୁ ୮୪ କିଲୋମିଟର ଉଚ୍ଚତାକୁ ନେଇଥିଲା ଯେଉଁଠାରେ ଏହା ଖୋଲିବା ସହ ରକେଟର ପେଲୋଡ୍ ଅଂଶ ସହିତ ବାୟୁମଣ୍ଡଳ ଦେଇ ଅବତରଣ କରିଥିଲା । ଆଇଏଡି ଜ୍ଞାନକୌଶଳର ସଫଳ ପ୍ରୟୋଗ ଦ୍ବାରା ମିସନ୍‌ ଖର୍ଚ୍ଚରେ ମଧ୍ୟ ଯଥେଷ୍ଟ ହ୍ରାସ ହେବ ବୋଲି ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ କହିଛନ୍ତି। ଆଜିର ଉତ୍‌କ୍ଷେପଣ ତିରୁବନନ୍ତପୁରମ ସ୍ଥିତ ଥୁମ୍ବା କେନ୍ଦ୍ରରୁ କରାଯାଇଥିଲା।

ସମ୍ବନ୍ଧିତ ଖବର