ଶ୍ରୀହରିକୋଟା: ଇସ୍ରୋ ବୁଧବାର ଶ୍ରୀହରିକୋଟାଠାରେ ଲୋ-ଅଲ୍ଟିଚ୍ୟୁଡ୍ ଏସ୍କେପ୍ ମୋଟର (ଏଲ୍ଇଏମ୍)ର ସଫଳ ପରୀକ୍ଷଣ କରିଛି। ଏହା କ୍ରୁ ଏସ୍କେପ୍ ସିଷ୍ଟମ୍ (ସିଇଏସ୍)କୁ କାର୍ଯ୍ୟକ୍ଷମ କରିବା ପାଇଁ ଶକ୍ତି ଯୋଗାଇବ, ଯାହା କୌଣସି ବିପଦ ସମୟରେ ଗଗନଯାନର ମହାକାଶଚାରୀଙ୍କ ଜୀବନ ରକ୍ଷା କରିବାରେ ସାହାଯ୍ୟ କରିବ। ଗଗନଯାନ ମହାକାଶକୁ ଗତି ଆରମ୍ଭ କରିବା ସମୟରେ ବା ଉଡ଼ାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଯଦି କିଛି ବିଘ୍ନ ଘଟେ ବା କିଛି ତ୍ରୁଟି ଦେଖାଦିଏ ତେବେ ସିଇଏସ୍କୁ ଏଲ୍ଇଏମ୍ ଗୋଟାଏ ଧକ୍କା ଦେବ, ଯାହାଫଳରେ ସିଇଏସ୍ର କ୍ରୁ ମଡ୍ୟୁଲ୍ (ଯେଉଁଥିରେ ମହାକାଶଚାରୀ ରହନ୍ତି)କୁ ସାଙ୍ଗରେ ନେଇ ଗଗନଯାନରୁ ବାହାରିଯିବ।
Today, ISRO achieved an important milestone in the Gaganyaan project by successfully test-firing the Low Altitude Escape Motor of Crew Escape System (CES), from Sriharikota.
CES takes away the Crew module in case of eventuality & rescues the astronauts https://t.co/HiJ9MNISxupic.twitter.com/5xfIax7ozg
— ISRO (@isro) August 10, 2022
ଫଳରେ ଉଡ଼ାଣ ବିଫଳ ହେଲେ ବି ମହାକାଶଚାରୀଙ୍କ ଜୀବନ ରକ୍ଷା ହୋଇପାରିବ। ଭାରତ ୨୦୨୩ରେ ମହାକାଶକୁ ପ୍ରଥମ ମାନବଯୁକ୍ତ ମହାକାଶଯାନ ପଠାଇବାକୁ ଯୋଜନା କରୁଥିବାରୁ ଏହା କୌଣସି ରିସ୍କ ନେବାକୁ ଚାହୁନାହିଁ। ତେଣୁ ଏପରି ସୁରକ୍ଷା ବ୍ୟବସ୍ଥା କରାଯାଇଛି, ଯାହାର ପରୀକ୍ଷା ସଫଳ ହୋଇଛି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏଲ୍ଇଏମ୍ ହେଉଛି ଏକ ଉପାଦାନ, ଯାହାକି ଦୁର୍ଘଟଣା କ୍ଷେତ୍ରରେ ସିଇଏସ୍କକୁ ବିମାନର ମଡ୍ୟୁଲ୍ଠାରୁ ଦୂରେଇ ଯିବାକୁ ଅନୁମତି ଦେବ। ଏହା ଦ୍ବାରା ମହାକାଶଚାରୀମାନଙ୍କୁ ସହଜରେ ଉଦ୍ଧାର କରାଯାଇପାରିବ।
ଜାଣିବାକୁ ମିଳିଛି ଯେ ଭାରତୀୟ ମହାକାଶଚାରୀମାନଙ୍କୁ ନିମ୍ନ ପୃଥିବୀ କକ୍ଷପଥ(ଏଲ୍ଇଓ)କୁ ପଠାଇବା ପୂର୍ବରୁ ଗଗନଯାନ କାର୍ଯ୍ୟକ୍ରମ ପ୍ରଥମେ ୨ଟି ଅଣସଂଗଠିତ ପରୀକ୍ଷଣ ମିସନ୍ରୁ ଆରମ୍ଭ ହେବ।