ବେଙ୍ଗାଲୁରୁ: କର୍ଣ୍ଣାଟକର ଚିତ୍ରଦୁର୍ଗ ଚେଲାକେରେ ଏରୋନଟିକାଲ ଟେଷ୍ଟ ରେଞ୍ଜ (ଏଟିଆର୍)ରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ପକ୍ଷରୁ ପୁନଃବ୍ୟବହାରଯୋଗ୍ୟ ଲଞ୍ଚ ଭେଇକିଲ-ପ୍ରଯୁକ୍ତି ପରୀକ୍ଷଣ (ଆରଏଲଭି-ଟିଭି) କାର୍ଯ୍ୟକ୍ରମ ଆଜି ସଫଳ ହୋଇଛି। ଭାରତୀୟ ବାୟୁସେନାର ଚିନୁକ ହେଲିକପ୍ଟରକୁ ଆରଏଲଭି-ଟିଭିର ପରୀକ୍ଷଣ ପାଇଁ ବ୍ୟବହାର କରାଯାଇଥିଲା। ଆରଏଲଭି-ଟିଭିକୁ ଚିନୁକ ହେଲିକପ୍ଟରରେ ନିଆଯାଇ ୪.୫ କିଲୋମିଟର ଉଚ୍ଚରୁ ତଳକୁ ଅବତରଣ ପାଇଁ ଛଡ଼ାଯାଇଥିଲା। ସକାଳ ୭ଟା ୧୦ ମିନିଟରେ ଏହାକୁ ହେଲିକପ୍ଟରରେ ଝୁଲାଇ ଆକାଶକୁ ନିଆଯାଇଥିଲା।
ଏୟାରଷ୍ଟ୍ରିପରେ ସକାଳ ୭ଟା ୪୦ ମିନିଟରେ ଏହା ସ୍ବୟଂକ୍ରିୟ ଭାବେ ଅବତରଣ କରିଥିଲା। ଏଭଳି ଏକ ବସ୍ତୁକୁ ହେଲିକପ୍ଟର ଜରିଆରେ ୪.୫ କିମି ପର୍ଯ୍ୟନ୍ତ ଉଚ୍ଚକୁ ନେବା ଏବଂ ରନୱେରେ ସ୍ବୟଂକ୍ରିୟ ଅବତରଣ କରିବା ଲାଗି ଛଡ଼ାଯିବା ଘଟଣା ବିଶ୍ବରେ ପ୍ରଥମ ବୋଲି ଇସ୍ରୋ କହିଛି।
ଇସ୍ରୋର ପୁନଃବ୍ୟବହାରଯୋଗ୍ୟ ଲଞ୍ଚ ଭେଇକିଲ୍ର ସଫଳ ପରୀକ୍ଷଣ
/sambad/media/post_attachments/wp-content/uploads/2023/04/654fs65hhfshsffhsfhssf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)