ସାଲାଇନ ବୋତଲ ବ୍ୟବହାର କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଚାଷୀ

ଭୋପାଳ: ସାଲାଇନ ବୋତଲରେ ପାଣି ସିଞ୍ଚନ କରି ଜମିରେ ଫସଲ ଫଳାଉଛନ୍ତି ଚାଷୀ | ସାଲାଇନ ବୋତଲକୁ ବ୍ୟବହାର କରି ମଧ୍ୟପ୍ରଦେଶର ଜଣେ କୃଷକ ଏଭଳି କିଛି କରି ଦେଖାଇଛନ୍ତି। ମିଳିଥିବା ସୂଚନା ମୁତାବକ ରମେଶ ବାରିଆ ନାମକ ଚାଷୀ କିଛି ଏଭଳି ଟେକନିକର ସାହାଯ୍ୟ ନେଇଛନ୍ତି | ରମେଶଙ୍କ ଜମି ପାହାଡ଼ିଆ ଅଞ୍ଚଳରେ ଥିବାବେଳେ ଚାଷ ପାଇଁ କେବଳ ବର୍ଷା ଜଳ ଉପରେ ନିର୍ଭର କରିବାକୁ ପଡେ | ଅନ୍ୟ ଦିନମାନଙ୍କରେ ଜମି ଶୁଖିଲା ରହୁଥିବାରୁ ରମେଶ କିଛି ସାଲାଇନ ବୋତଲକୁ କିଣି ଆଣିଥିଲେ |

ସେ ଡ୍ରପ୍ ସିଷ୍ଟମ ଚାଷର କୌଶଳକୁ ଆପଣାଇ ଏବେ ଫସଲ ଫଳାଉଛନ୍ତି | ତାଙ୍କ କହିବା ମୁତାବକ ସାଲାଇନର ବୋତଲଗୁଡିକୁ କିଲୋଗ୍ରାମ ପିଛା ୨୦ ଟଙ୍କାରେ କିଣିଥିଲେ। ରମେଶ ସମସ୍ତ ବୋତଲଗୁଡିକୁ ବାଡ଼ିରେ ଗଛ ନିକଟରେ ଟାଙ୍ଗିଥିଲେ | ଯେଉଁଥିରୁ ବୁନ୍ଦା ବୁନ୍ଦା ପାଣି ଗଛ ମୂଳରେ ପଡିଥିଲା | ରମେଶ କହିଛନ୍ତି ଯେ ସେ ୦.୧ ହେକ୍ଟର ଜମିରୁ ଚଳିତବର୍ଷ ୧୫୨୦୦ ଟଙ୍କା ଲାଭ କରିଛନ୍ତି |

photo-oneindia

ଆଉ ଏକ ଏକର ଜମିରୁ ଲକ୍ଷାଧିକ ଟଙ୍କା ରୋଜଗାର କରିଛନ୍ତି | ତେବେ ରମେଶଙ୍କ ପରିବାର ମଧ୍ୟ ଏଥିରେ ତାଙ୍କୁ ସାହାଯ୍ୟ କରୁଛନ୍ତି | ତାଙ୍କ ପିଲାମାନେ ପ୍ରତି ଦୁଇ ଦିନ ଅନ୍ତରରେ ସାଲାଇନ ବୋତଲରେ ପାଣି ଭର୍ତ୍ତି କରିଥାନ୍ତି | ଆଉ ଏହା ଦ୍ୱାରା ଗଛକୁ ଆବଶ୍ୟକ ମୁତାବକ ପାଣି ମିଳିପାରିଥାଏ |

ସମ୍ବନ୍ଧିତ ଖବର