ତିନି ବରିଷ୍ଠ ଡାକ୍ତରଙ୍କୁ ଦାୟୀ କରି ଆତ୍ମହତ୍ୟା କଲେ ଡାକ୍ତରାଣୀ

ନୂଆଦିଲ୍ଲୀ:ରାମ ମନୋହର ଲୋହିୟା ହସ୍ପିଟାଲ୍‌ର ଜଣେ ବରିଷ୍ଠ ମହିଳା ଡାକ୍ତର ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପାଖରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଛି। ଏଥିରେ ସେ ଆତ୍ମହତ୍ୟା ଲାଗି ବିଭାଗୀୟ କାର୍ଯ୍ୟଚାପ ଓ ମାନସିକ ଉତ୍ତେଜନାକୁ ଦାୟୀ କରିଛନ୍ତି। ପୁଲିସ ଏବେ ତିନିଜଣ ଡାକ୍ତରଙ୍କୁ ପଚରାଉଚୁରା କରୁଛି। ପୁଲିସର ସୂଚନା ଅନୁଯାୟୀ ଡାକ୍ତର ପୁନମ୍‌ ଭୋରା (୫୨) ହସ୍ପିଟାଲରେ ରେଡିଓଲୋଜି ବିଭାଗରେ କନ୍‌ସଲ୍‌ଟାଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ସ୍ୱାମୀ ଏକ ଘରୋଇ କଂପାନିରେ କାର୍ଯ୍ୟ କରୁଥିଲେ। ଉଭୟଙ୍କର ଏକ ପୁଅ ଓ ଝିଅ ଅଛନ୍ତି। ସେମାନେ ସ୍କୁଲରେ ପଢ଼ୁଛନ୍ତି। ଡାକ୍ତର ପୁନମ୍‌ ପ୍ରାୟ ୨୦ ବର୍ଷଧରି ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ସ୍ୱାମୀ କହିଛନ୍ତି ଯେ ପୁନମ୍‌ କେବେ ବି ନିଜର ଅବସ୍ଥା ସଂପର୍କରେ ତାଙ୍କୁ କହି ନଥିଲେ।ସେ ଆହୁରି ବି କହିଛନ୍ତି ଯେ କେବେ ବି ଜାଣିବାକୁ ପାଇ ନଥିଲେ ଯେ ଡାକ୍ତରଖାନାରେ ଏଭଳି ସମସ୍ୟା ଉପୁଜିଛି । ଏହାକୁ ନେଇ ସେ ଚିନ୍ତିତ ଅଛନ୍ତି।

ସମ୍ବନ୍ଧିତ ଖବର