ଆଫ୍ରିକୀୟ ଦେଶ ସୁଦାନର ଏକଛତ୍ରବାଦୀ ଶାସକଙ୍କୁ ବିତାଡ଼ିତ କଲା ସେନା
କାଇରୋ : ଆଫ୍ରିକୀୟ ଦେଶ ସୁଦାନରେ ଦୀର୍ଘ ୩୦ ବର୍ଷ ଧରି ଶାସନ କରୁଥିବା ଏକଛତ୍ରବାଦୀ ଶାସକ ଓମାର-ଅଲ ବସିରଙ୍କୁ ବିତାଡ଼ିତ କରିଛି ସେଠାକାର ସେନା । ସେ ବିତାଡ଼ିତ ହେବା ପରେ ଲୋକମାନେ ଉତ୍ସବ ମନାଇଛନ୍ତି । ହଜାର ହଜାର ଲୋକ ରାଜଧାନୀ ଖାରତୁନଠାରେ ଏକତ୍ରିତ ହୋଇ ଉତ୍ସବ ପାଳନ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
୧୯୮୯ରୁ ଶାସନ କରିଆସୁଥିବା ବସିରଙ୍କୁ ବିତାଡ଼ିତ କରିବା ଲାଗି ଗତ କିଛି ମାସ ହେଲା ଦେଶରେ ଲୋକମାନେ ଆନ୍ଦୋଳନ କରିଆସୁଥିଲେ । ବସିରଙ୍କୁ ବିତାଡ଼ିତ କରିବା ପରେ ସେଠାକାର ସେନା ପକ୍ଷରୁ କୁହାଯାଇଛି ଯେ ଦେଶରେ ଆସନ୍ତା ତିନି ମାସ ପାଇଁ ଜରୁରୀ ପରିସ୍ଥିତି ଲାଗୁ କରାଯାଇଛି । ଦେଶରେ ଆସନ୍ତା ୨ ବର୍ଷ ପାଇଁ ଏକ ମଧ୍ୟବର୍ତ୍ତିକାଳୀନ ସରକାର ରହିବ ଓ ତାପରେ ନିର୍ବାଚନ କରାଯିବ । ନିର୍ବାଚନ ପରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାରକୁ କ୍ଷମତା ହସ୍ତାନ୍ତର କରାଯିବ । ଏହା ପୂର୍ବରୁ ଆଉ ଏକ ଆଫ୍ରିକୀୟ ଦେଶ ଆଲଜିରିଆର ଶାସକ ଅବ୍ଦୁଲଆଜିଜ ବୁଟେଫ୍ଲିକା ଜନଆନ୍ଦୋଳନ ଯୋଗୁଁ ଗାଦି ଛାଡିଥିଲେ ।