ଅମିତାଭଙ୍କ ଜନ୍ମ ଦିବସରେ ପୁରୀ ବେଳାଭୂମିରେ ପ୍ରସ୍ତୁତ ସୁଦର୍ଶନଙ୍କ ବାଲୁକା କଳା ସୋସିଆଲ ମିଡିଆରେ ଭାଇରାଲ୍‌

ପୁରୀ: ବଲିଉଡ୍‌ର କିମ୍ବଦନ୍ତୀ ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ୭୭ତମ ଜନ୍ମ ଦିବସ ତମାମ୍‌ ଦେଶରେ ପାଳନ କରା ଯାଉଥିବା ବେଳେ ଏହି କାର୍ଯ୍ୟକ୍ରମରେ ଆଜି ମୁଖ୍ୟ ଆକର୍ଷଣ ସାଜିଛି ପୁରୀ ବେଳାଭୂମି। ବିଗ୍‌ ବି’ଙ୍କ ୭୭ ତମ ଜନ୍ମଦିବସକୁ ସ୍ମରଣୀୟ କରି ରଖିବା ଉଦ୍ଦେଶ୍ୟରେ ପଦ୍ମ ସମ୍ମାନରେ ସମ୍ମାନିତ ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରସ୍ତୁତ କରିଛନ୍ତି ବିଗ୍‌ ବି’ଙ୍କର ଏକ ସଦୃଶ୍ୟ ବାଲୁକା କଳା।

ବିଗ୍‌ ବି’ଙ୍କର ମୁହଁ ରହିଥିବା ଏହି ବାଲୁକା କଳା ତଳେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅମିତାଭଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘ଆଜିର ଏ ଶୁଭ ଦିନରେ ଜଗତର ନାଥ ଶ୍ରୀଜଗନ୍ନାଥ ଆପଣଙ୍କୁ ସୁସ୍ଥ ଶରୀର ସହ ଲମ୍ବା ଆୟୁ ପ୍ରଦାନ କରନ୍ତୁ। ଆପଣ ହେଉଛନ୍ତି କୋଟି ହୃଦୟର ପ୍ରେରଣା’…। ଏହି ଲେଖା ସହ ବାଲୁକା ଶିଲ୍ପୀ ସୁଦର୍ଶନ ପଟ୍ଟନାୟକ ସୃଷ୍ଟି କରିଥିବା ବାଲୁକା କଳାର ଫଟୋକୁ ନିଜ ଟୁଇଟରରେ ସେୟାର କଲାପରେ ଏହା ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।

ଅନ୍ୟପକ୍ଷରେ ବାଲୁକା ଶିଲ୍ପୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ଆଜିପରି ଦିନରେ ମୁଁ ଅମିତାଭଙ୍କ ପରି ଏକ ମହାନ୍‌ ଓ ବିଶାଳ ବ୍ୟକ୍ତିତ୍ୱଙ୍କୁ ମୋ କଳା ଜରିଆରେ ସମ୍ମାନ ଜଣାଇ ନିଜକୁ ଧନ୍ୟ ମଣୁଛି।

ସମ୍ବନ୍ଧିତ ଖବର