ନୂତନ ଲକ୍ଷଣ ଯୋଡ଼ିଲା କେନ୍ଦ୍ର: ହଠାତ୍ ଆଘ୍ରାଣ ଓ ସ୍ୱାଦ ଶକ୍ତି ହରାଇବା ହୋଇପାରେ କରୋନାର ଲକ୍ଷଣ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଦ୍ୱାରା ରେଫରେନ୍ସ ଭାବରେ ପ୍ରକାଶିତ ଏକ ଦଲିଲରେ କେନ୍ଦ୍ର କୋଭିଡ-୧୯ର ନୂତନ ଲକ୍ଷଣ ଯୋଡିଛି | “କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍: କୋଭିଡ-୧୯” ଦଲିଲରେ ଅନ୍ୟ ସାତୋଟି ଲକ୍ଷଣର ତାଲିକାରେ ଆଘ୍ରାଣ ଓ ସ୍ୱାଦ ଶକ୍ତି ହରାଇବାକୁ କରୋନାର ଲକ୍ଷଣ ଭାବେ ଯୋଡ଼ା ଯାଇଛି | ପୂର୍ବରୁ ଦଲିଲରେ ଜ୍ୱର, କାଶ, ଥକାପଣ, ନିଶ୍ୱାସ-ପ୍ରଶ୍ୱାସ ନେବାରେ ସମସ୍ୟା, କଫ, ମାଂସପେଶୀରେ ଯନ୍ତ୍ରଣା, ଗଳା ଯନ୍ତ୍ରଣା ଏବଂ ଡାଇରିଆ ହେବା କରୋନା ଲକ୍ଷଣ ବୋଲି ଲେଖାଯାଇଥିଲା | ଏବେ ସେଥିରେ ଏହି ଦୁଇଟି ଲକ୍ଷଣ ଯୋଡ଼ିଛି କେନ୍ଦ୍ର |

ନୂଆ କରି ଦୁଇଟି ଲକ୍ଷଣ ଯୋଡି ଦଲିଲରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଜଣେ ସୁସ୍ଥ ବ୍ୟକ୍ତି ସିଧାସଳଖ ଭାବରେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ପରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି | ସଂକ୍ରମିତ ବ୍ୟକ୍ତି କାଶିବା, ଛିଙ୍କିବା କିମ୍ବା କଥାବାର୍ତ୍ତା କରିବା ସମୟରେ ଶ୍ୱାସକ୍ରିୟା ବୁନ୍ଦା ମାଧ୍ୟମରେ କରୋନା ଭୂତାଣୁ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ପ୍ରବେଶ କରିଥାଏ |

There's a new symptom of coronavirus, doctors say: Sudden loss of ...
OrthoSpineNews

ଦଲିଲରେ ଏହା ମଧ୍ୟ କୁହାଯାଇଛି ଯେ, ଏହି ବୁନ୍ଦାଗୁଡିକ ମାଧ୍ୟମରେ ଭୂତାଣୁ ଅନେକ ସମୟରେ ପୃଷ୍ଠରେ ମଧ୍ୟ ଅବତରଣ କରିଥାଏ, ଯେଉଁଠାରେ ସେ ଅନେକ ଦିନ ପର୍ଯ୍ୟନ୍ତ ଜୀବନ୍ତ ରହିଥାଏ। ଯଦି କୌଣସି ବ୍ୟକ୍ତି ସଂକ୍ରମିତ ପୃଷ୍ଠକୁ ସ୍ପର୍ଶ କରି ପରେ ନିଜର ଆଖି, ନାକ କିମ୍ବା ପାଟି ସ୍ପର୍ଶ କରେ ତେବେ ସେ କରୋନା ସଂକ୍ରମଣର ଶିକାର ହୋଇଥାଏ।

ସମ୍ବନ୍ଧିତ ଖବର