ନୂଆଦିଲ୍ଲୀ: ଇନଫୋସିସ୍ ସହ-ପ୍ରତିଷ୍ଠାତା ଏନ.ଆର ନାରାୟଣ ମୁର୍ତ୍ତୀଙ୍କ ପତ୍ନୀ ସୁଧା ମୁର୍ତ୍ତୀ ଶୁକ୍ରବାର ସଂସଦ ଭବନ ପରିଦର୍ଶନ କରିଥିଲେ । ଏହି ଗସ୍ତ ସମ୍ପର୍କରେ ସେ କହିଛନ୍ତି ଯେ ତାଙ୍କର ସ୍ୱପ୍ନ ପୂରଣ ହୋଇଛି, ସେ ଏହାକୁ ଦୀର୍ଘ ଦିନ ହେଲା ଦେଖିବାକୁ ଚାହୁଁଥିଲେ । ଏନେଇ ସୁଧା ମୁର୍ତ୍ତୀ କହିଛନ୍ତି, "ସଂସଦ ଭବନ ବହୁତ ସୁନ୍ଦର। ଏହାକୁ ପ୍ରଶଂସା କରିବାର ଶବ୍ଦ ମୋ ପାଖରେ ନାହିଁ। ମୁଁ ଏହାକୁ ଦୀର୍ଘ ଦିନ ଧରି ଦେଖିବାକୁ ଚାହୁଁଥିଲି। ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ ଏହି ନୂତନ ସଂସଦ ଭବନରେ କ’ଣ ବିଶେଷତା ପାଇଛନ୍ତି | ସେ ଉତ୍ତର ଦେଇଛନ୍ତି, "ମୁଁ ପ୍ରଥମ ଥର ପାଇଁ ଉଭୟ ଅଟ୍ଟାଳିକା ପରିଦର୍ଶନ କରିଛି। ଏଠାରେ ଭାରତୀୟ ଇତିହାସର କଳା, ସଂସ୍କୃତି, ଇତିହାସର ଝଲକ ଦେଖିବାକୁ ମିଳିଛି | ସବୁକିଛି ବହୁତ ସୁନ୍ଦର |
ସୁଧା ମୁର୍ତ୍ତୀଙ୍କୁ ପଚରାଯାଇଥିଲା ଯେ ସେ ନିର୍ବାଚନ ଲଢ଼ିବେ କି ଓ ରାଜନୀତି ମଇଦାନରେ ପାଦ ଥାପିବେ କି? ସେ କହିଛନ୍ତି," ମୁଁ ଯେଉଁଠାରେ ଅଛି, ଯେମିତି ଅଛି, ମୁଁ ବହୁତ ଖୁସି' | ସେଠାରେ ଉପସ୍ଥିତ ସମସ୍ତେ ସୁଧା ମୁର୍ତ୍ତୀଙ୍କ ଏହି ଉତ୍ତର ଶୁଣି ଜୋରରେ ହସିଥିଲେ । ଉଲ୍ଲେଖ ଥାଉ କି ସୁଧା ମୁର୍ତ୍ତୀ ଆଜି ମହିଳା ସଶକ୍ତିକରଣର ଏକ ଅନନ୍ୟ ଉଦାହରଣ । ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀଙ୍କ ସହ ତାଙ୍କୁ ସମ୍ମାନିତ କରାଯାଇଛି। ତାଙ୍କର ପ୍ରେରଣାଦାୟକ କାହାଣୀ ଏବଂ ଜୀବନ ଜିଇଁବାର କଳାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ।