ଯେଉଁଦିନ ଆମର ୪ ଯବାନ ସହିଦ ହେଲେ ,ଠିକ ସେଦିନ ପାକିସ୍ତାନକୁ ଭାରତ ଆର୍ଥିକ ସହାୟତା କରୁ ବୋଲି କହିଲେ ଏହି ମହାଶୟ

ନୂଆଦିଲ୍ଲୀ : ସୀମାରେ ଆମ ଦେଶର ବୀର ଜବାନମାନେ ପ୍ରାଣବଳୀ ଦେଇ ଦେଶର ସୁରକ୍ଷା କରୁଥିବାବେଳେ ଆମ ଦେଶରେ ଥିବା କେତେକ ତଥାକଥିତ ଉଦାରବାଦୀ ସବୁବେଳେ ପାକିସ୍ତାନ ପାଇଁ ଓକିଲାତି କରିଆସୁଛନ୍ତି । ଏହି ଗୋଷ୍ଠୀରେ ଅଛନ୍ତି କେତେକ ରାଜନୈତିକ ଦଳ, କେତେକ ସାମ୍ବାଦିକ, ଲେଖକ, ବୁଦ୍ଧିଜୀବି ଇତ୍ୟାଦି । ଏମାନଙ୍କର କାମ ହେଲା ପାକିସ୍ତାନ ଆମପ୍ରତି ଯେତେ ଶତ୍ରୁତା ଦେଖାଇଲେ ମଧ୍ୟ ତା ପ୍ରତି ସମବେଦନା ଜାହିର କରିବା ।

ଏପରି ଜଣେ ବୁଦ୍ଧିଜୀବି ହେଉଛନ୍ତି  ସୁଧୀନ୍ଦ୍ର କୁଲକର୍ଣ୍ଣି, ଯିଏକି ପୂର୍ବରୁ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସହଯୋଗୀ ଥିଲେ ଏବେ ସବୁବେଳେ ପାକିସ୍ତାନ ଜପ କରୁଛନ୍ତି । ଗତ ଅଗଷ୍ଟ ୭ ତାରିଖରେ କଶ୍ମୀର ସୀମାରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ସହ ଅପରେସନ ବେଳେ ଆମ ସେନାର ଜଣେ ମେଜରଙ୍କ ସମେତ ୪ ଜଣ ଜବାନ ସହିଦ ହୋଇଥିଲେ । ଭାରତ ମାତାର ୪ ଜଣ ବୀର ସୈନିକ ମାତୃଭୂମି ପାଇଁ ପ୍ରାଣବଳୀ ଦେଲେ ।  ଠିକ ଏହି ଦିନ ସେ ଏକ ନ୍ୟୁଜ ପୋର୍ଟାଲରେ ଏକ ଲେଖା ଲେଖିଥିଲେ ଯେ ପାକିସ୍ତାନ ଏବେ ଘୋର ଆର୍ଥିକ ସଂକଟରେ ପଡିଛି  । ଦେବାଳିଆ ସ୍ଥିତି ଆସିଗଲାଣି । ଏହି ବିପଦ ସମୟରେ ଭାରତ ପାକିସ୍ତାନକୁ ଆର୍ଥିକ ସହାୟତା କରିବା ଆବଶ୍ୟକ । ଭାରତ ପାକିସ୍ତାନ ପ୍ରତି ସାହାଯ୍ୟର ହାତ ବଢାଇ ତାକୁ ଦେବାଳିଆ ଅବସ୍ଥାରୁ ଉଦ୍ଧାର କରିବା ଆବଶ୍ୟକ । ତାଙ୍କର ଏହି ଲେଖାକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନା କରାଯାଉଛି ।

ସମ୍ବନ୍ଧିତ ଖବର