ନୂଆଦିଲ୍ଲୀ: ଦୁଇ ମାସ ତଳେ ସୁଏଜ କେନାଲରେ ଜାହାଜ ଏଭରଗ୍ରୀନ ଫସିରହିଥିବା ଘଟଣା ବାବଦରେ ଆପଣ ଅଳ୍ପବହୁତେ ଜାଣିଥିବେ | ଯାହାଦ୍ୱାରା ବିଶ୍ୱରେ ବାଣିଜ୍ୟିକ କାରବାର ପ୍ରଭାବିତ ହୋଇଥିଲା | ତେବେ ବର୍ତ୍ତମାନ ଇଜିପ୍ଟର ସୁଏଜ କେନାଲ ପ୍ରାଧିକରଣ ଜାପାନ କମ୍ପାନୀକୁ ୫୫୦ ମିଲିୟନ ଡଲାର (ପ୍ରାୟ ଚାରି ହଜାର କୋଟି ଟଙ୍କା) ଜରିମାନା ବାବଦକୁ ମାଗିଛି। କମ୍ପାନୀର ଜାହାଜ ଏଭରଗ୍ରୀନ ମାର୍ଚ୍ଚରେ ସୁଏଜ କେନାଲରେ ଅଟକି ଯାଇଥିଲା ଏବଂ ୬ ଦିନ ପର୍ଯ୍ୟନ୍ତ ଜାହାଜ ଚଳାଚଳ ବନ୍ଦ ରହିଥିଲା।
ଏଥିପାଇଁ ଶହ ଶହ ଜାହାଜକୁ ସମୁଦ୍ରରେ ଅଟକାଇବାକୁ ପଡିଥିଲା। ସୁଏଜ କେନାଲ ପ୍ରାଧିକରଣ ପ୍ରଥମେ ପ୍ରାୟ ୯୨ ମିଲିୟନ୍ ଡଲାର୍ ଜରିମାନା ସ୍ୱରୂପ ମାଗିଥିଲେ | ସୁଏଜ୍ କେନାଲ କର୍ତ୍ତୃପକ୍ଷ କହିଛନ୍ତି ଯେ କାଦୁଅରେ ଅଟକି ରହିଥିବା ଜାହାଜକୁ ପୁଣି କାର୍ଯ୍ୟକ୍ଷମ କରାଇ ପାଣିରେ ଓହ୍ଲାଇବାକୁ ୬ ଶହ କର୍ମଚାରୀ କାମ କରିଥିଲେ। ଏଥିରେ ଜଣେ କର୍ମଚାରୀଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା |
ତେବେ ପଶ୍ଚିମ ଜାପାନର ଏହାଇମ ପ୍ରଦେଶରେ ରହୁଥିବା ଜାହାଜ ମାଲିକ ଶୋ କିସେନ ୧୫୦ ମିଲିୟନ୍ ଡଲାର କ୍ଷତିପୂରଣ ପ୍ରଦାନ କରିବାକୁ ରାଜି ହୋଇଛନ୍ତି | ତେବେ ସୁଏଜ୍ କେନାଲ କର୍ତ୍ତୃପକ୍ଷ କହିଛନ୍ତି ଯେ କ୍ଷତିପୂରଣ ପ୍ରଦାନ ନହେବା ପର୍ଯ୍ୟନ୍ତ ଜାହାଜ ଏଭରଗ୍ରୀନ ଇଜିପ୍ଟରେ ରହିବ। ମାର୍ଚ୍ଚ ୨୯ ରେ ୧୫ଟି ଟଗ୍ ବୋଟ (ଶକ୍ତିଶାଳୀ ଡଙ୍ଗା) ସାହାଯ୍ୟରେ ଜାହାଜକୁ ପୁଣି ସମୁଦ୍ରକୁ ପଠାଯାଇଥିଲା | ଏହା ପରେ ହିଁ ଅନ୍ୟ ଜାହାଜମାନେ ସୁଏଜ କେନାଲ ଦେଇ ଯାଇପାରିଥିଲେ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/106860121-1616780983446-106860121-1616772119794-02_close_up_view_of_ever_given_ship_suez_canal_26march2021_wv2.jpg)