ନୂଆଦିଲ୍ଲୀ : ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଦେଇଥିବା ଟିପ୍ପଣୀକୁ କଡ଼ା ନିନ୍ଦା କରିଛନ୍ତି ସର୍ବ ଭାରତୀୟ ସୁଫି ପରିଷଦ ଅଧ୍ୟକ୍ଷ ନସିରୁଦ୍ଦିନ ଚିସ୍ତି।
ଚିସ୍ତି କହିଛନ୍ତି, ପାକିସ୍ତାନ ବିଦେଶ ମନ୍ତ୍ରୀ ଯେଉଁ ଭାଷା ବ୍ୟବହାର କରିଛନ୍ତି ତାହା କେବଳ ତାଙ୍କ ପଦବିର ଗରିମା ନଷ୍ଟ କରିନି ବରଂ ଏଥିପାଇଁ ତାଙ୍କ ଦେଶର ମଧ୍ୟ ଅଧୋଗତି ହୋଇଛି। ଆମ ପ୍ରଧାନମନ୍ତ୍ରୀ ଏବଂ ଆମ ମାତୃଭୂମି ବିରୋଧରେ ଏଭଳି ବିଷାକ୍ତ ଭାଷା ବ୍ୟବହାରକୁ ମୁଁ କଡ଼ା ନିନ୍ଦା କରୁଛି ବୋଲି ଚିସ୍ତି କହିଛନ୍ତି। ବିଲାୱାଲ ଭୁଟ୍ଟୋ ଭୁଲି ଯାଇଛନ୍ତି ଯେ ଆତଙ୍କବାଦୀ ଓସାମା ବିନ ଲାଦେନକୁ ପାକିସ୍ତାନ ମାଟିରେ ଆମେରିକା ବାହିନୀ ନିପାତ କରିଥିଲା।