ମଣିପୁରରେ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକଙ୍କ ଗୁଳିମାରି ଆତ୍ମହତ୍ୟା ଉଦ୍ୟମ

ଇମ୍ଫାଲ: ମଣିପୁର ପୁଲିସର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅରବିନ୍ଦ କୁମାର ଶନିବାର ଦିନ ଗୁଳି ଚଳାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ମଣିପୁରର ଲ ଆଣ୍ଡ ଅର୍ଡର ଏଡିଜି ଅରବିନ୍ଦ କୁମାର ନିଜର ସରକାରୀ ରିଭଲଭର ସାହାଯ୍ୟରେ ନିଜକୁ ଗୁଳିମାରିଥିବା କୁହାଯାଉଛି | ନିଜ ସରକାରୀ ବାସଭବନରେ ସେ ନିଜ ଉପରକୁ ଗୁଳି ଚଳାଇଥିବା କୁହାଯାଉଥିବାବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆଯାଇଛି।

ତେବେ ସେ କାହିଁକି ନିଜକୁ ଗୁଳି ଚଳାଇଲେ, ଏ ସମ୍ପର୍କରେ ଆଉ କୌଣସି ସୂଚନା ମିଳିପାରି ନାହିଁ। ଅରବିନ୍ଦ କୁମାର ହେଉଛନ୍ତି ମଣିପୁର କ୍ୟାଡରର ୧୯୯୨ ବ୍ୟାଚ୍ ର ଆଇପିଏସ୍ ଅଧିକାରୀ। ସେ ବର୍ତ୍ତମାନ ମଣିପୁର ପୁଲିସର ଏଡିଜି ଭାବରେ କାର୍ଯ୍ୟ କରୁଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ବି ଗମ୍ଭୀର ରହିଛି, ଯେଉଁଥିପାଇଁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇପାରେ | କେନ୍ଦ୍ରୀୟ ଡେପୁଟେସନରେ ସେ ଯାଇଥିବାବେଳେ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ନିକଟରେ ତାଙ୍କ ଘର କ୍ୟାଡରକୁ ବଦଳି କରିଦିଆଯାଇଥିଲା। ଏଠାରେ ସୂଚନା ଥାଉ କି ଏହା ପୂର୍ବରୁ ଜୁନ ମାସ ପ୍ରଥମ ସପ୍ତାହରେ ଦିଲ୍ଲୀରେ ଜଣେ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର ମଧ୍ୟ ଗୁଳି ଚଳାଇ ଆତ୍ମହତ୍ୟା କରିଥିଲେ | ଦିଲ୍ଲୀର କୃଷ୍ଣନଗର ପୁଲିସ ଷ୍ଟେସନରେ ଏହି ଘଟଣା ଘଟିଥିବାବେଳେ ଜୁନ ୧୦ରେ ସେ ଆତ୍ମହତ୍ୟା କରିଥିଲେ |

ସମ୍ବନ୍ଧିତ ଖବର