କାବୁଲ: ଆଫଗାନିସ୍ତାନ ରାଜଧାନୀ ସହର କାବୁଲ୍ରେ ଅଷ୍ଟ୍ରେଲିଆର ଦୂତବାସ ନିକଟରେ ମଙ୍ଗଳବାର ସଂଧ୍ୟାରେ ଏକ ଆତ୍ମଘାତୀ ଆକ୍ରମଣରେ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି ଓ୍ଵାଜିର୍ ଆକ୍ବର୍ ଖାନ୍ ଅଞ୍ଚଳରେ ଏହି ଆକ୍ରମଣ ଘଟିଛି। ଏକ ବଡ଼ ଧରଣର ବିସ୍ଫୋରଣ ଘଟି ବହୁ ସଂଖ୍ୟାରେ ଲୋକେ ମୃତାହତ ହୋଇଛନ୍ତି। ତେବେ, ପ୍ରତିରକ୍ଷା ମନ୍ତ୍ରାଳୟ ଟାର୍ଗେଟରେ ନଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଛି।
ରିପୋର୍ଟ ଲେଖା ହେଲା ବେଳକୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଗୁରୁତର ଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତରଙ୍କୁ କାବୁଲର ସିଟି ହସ୍ପିଟାଲ୍କୁ ନିଆଯାଇଛି।
/sambad/media/post_attachments/wp-content/uploads/2017/10/59478-pdhjbjkqlw-1496208401.jpeg)
ଘଟଣା ଘଟିବା ପରେ ସେନା ପକ୍ଷରୁ ତୁରନ୍ତ ସଂପୃକ୍ତ ଅଞ୍ଚଳକୁ ଘେରାଉ କରି ଦେଇଥିବା ବେଳେ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ପୀଡ଼ିତମାନଙ୍କୁ ହସ୍ପିଟାଲ୍ ନେଇଥିବା ଜଣାପଡ଼ିଛି। ତେବେ, ମିଳିଥିବା ସୂଚନା ଅନୁସାରେ ମୃତାହାତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆକଳନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/nintchdbpict000328035756.jpg)