କାବୁଲ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣ: ୪୬ନାବାଳିକାଙ୍କ ସମେତ ୫୩ଜଣଙ୍କର ମୃତ୍ୟୁ

କାବୁଲ: କାବୁଲ ସ୍କୁଲରେ ଆତ୍ମଘାତୀ ବିସ୍ଫୋରଣ। ଚାଲିଗଲା ୪୬ନାବାଳିକାଙ୍କ ସମେତ ୫୩ଜଣଙ୍କର ଜୀବନ।ହୋଇଥିବା ବୋମା ବିସ୍ଫୋରଣରେ ଆଫଗାନିସ୍ତାନ ପୁଣି ଥରେ କମ୍ପିବା ସହ ଅନେକ ନୀରିହ ଲୋକଙ୍କ ଜୀବନ ଯାଇଛି।

ସୂଚନା ଅନୁଯାୟୀ ପଶ୍ଚିମ କାବୁଲର ଶାହିଦ ମାଜ୍ରି ରୋଡରେ ଥିବା ଏକ ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ୫୩ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୪୬ଜଣ ନାବାଳିକା ଏବଂ ମହିଳା ମଧ୍ୟ ଅଛନ୍ତି। ବିସ୍ଫୋରଣ ପରେ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

ନ୍ୟୁଜ୍ ଏଜେନ୍ସି ଏଏଫପି ମିଳିତ ଜାତିସଂଘ ଉଦ୍ଦେଶ୍ୟରେ କହିଛି ଯେ, କାବୁଲର ଏକ ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ସେପ୍ଟେମ୍ବର ୩୦ରେ ଆଫଗାନିସ୍ତାନର ରାଜଧାନୀ କାବୁଲର ଏକ ଶିକ୍ଷାନୁଷ୍ଠାନରେ ଏହି ବିସ୍ଫୋରଣ ଘଟିଥିଲା। ପ୍ରାରମ୍ଭିକ ସୂଚନାରୁ ଜଣାପଡିଥିଲା ଯେ ଏହି ଆତ୍ମଘାତୀ ଆକ୍ରମଣରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ପରେ ଏହି ଆକ୍ରମଣରେ ୫୩ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏଥିରେ ୪୬ଜଣ ନାବାଳିକା ଏବଂ ମହିଳା ଥିବା ବେଳେ ଏହି ଆକ୍ରମଣରେ ପ୍ରାୟ ୧୧୦ଜଣ ଆହତ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର