ନୋଇଡା: କରୋନା ଭାଇରସ ସଂକ୍ରମଣ ସନ୍ଦେହରେ କ୍ବାରାଣ୍ଟିନ୍ରେ ରଖାଯାଇଥିବାବେଳେ ନୋଇଡାର ଜଣେ ୩୨ ବର୍ଷୀୟ ଯୁବକ ୭ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଉକ୍ତ ଯୁବକଙ୍କୁ କରୋନା ସନ୍ଦେହରେ ଗ୍ରେଟର ନୋଇଡାର ଗାଲ୍ଗୋସିଆ ପ୍ରାଇଭେଟ ଇଞ୍ଜିନିୟରିଂ କଲେଜ ବିଲ୍ଡିଂରେ କରାଯାଇଥିବା କ୍ବାରାଣ୍ଟିନ୍ କେନ୍ଦ୍ରରେ ରଖାଯାଇଥିଲା। ତେବେ ଉକ୍ତ ଯୁବକ ବିଲ୍ଡିଂର ସାତ ମହଲାରୁ ଡେଇଁ ପ୍ରାଣ ହରାଇଛନ୍ତି। ଏହି ଘଟଣାର ତଦନ୍ତ କରିବାକୁ ନୋଇଡା ଜିଲ୍ଲା ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ଓ ଉତ୍ତରପ୍ରଦେଶର ଗୌତମବୁଦ୍ଧନଗର ଅଞ୍ଚଳରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ଦିଲ୍ଲୀକୁ ଲାଗିଥିବା ଗୌତମବୁଦ୍ଧନଗର ଅଞ୍ଚଳରେ କରୋନା ଭାଇରସ ଦ୍ବାରା ୬୪ ଜଣ ସଂକ୍ରମିତ ହୋଇସାରିଲେଣି। ଏହି ଅଞ୍ଚଳରେ କରୋନା ଭାଇରସକୁ ନେଇ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଯୁବକଜଣକ ୭ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ପରିସ୍ଥିତିକୁ ଅଧିକ ସଙ୍ଗୀନ କରିଛି। ତେବେ କରୋନା ଭାଇରସ ସଂକ୍ରମଣ ଖବର ପାଇବା ପରେ ଯୁବକଜଣକ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
କରୋନା ଭୟରେ ୭ ମହଲାରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2020/03/suicide.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)