ନୂଆଦିଲ୍ଲୀ: ଚୋରି ମାମଲାରେ ଗିରଫ ହୋଇଥିବା ଅବସରପ୍ରାପ୍ତ ଭାରତୀୟ ସେନା ଅଧିକାରୀ ମୁକେଶ ଚୋପ୍ରା ତିହାର ଜେଲ୍ରେ ଆତ୍ମହତ୍ୟା କରିଦେଇଛନ୍ତି। ଦିଲ୍ଲୀ ପୁଲିସ ଗତ ୨ ତାରିଖରେ ଚୋରି ମାମଲାରେ ମୁକେଶଙ୍କୁ ଗିରଫ କରିଥିଲା। ଆଇବି, ସାମରିକ ଗୁଇନ୍ଦା ଏବଂ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍ ଦ୍ବାରା ତାଙ୍କୁ ଜେରା କରାଯାଇଥିଲା। ମୁକେଶଙ୍କ ନିକଟରୁ କିଛି ଆପତ୍ତିଜନକ ସାମଗ୍ରୀ , ସାମରିକ ସଂକ୍ରାନ୍ତ କାର୍ଡ ଜବତ ହେବାପରେ ତାଙ୍କୁ ଗିରଫ କରାଯାଇଥିଲା। ସୂଚନାନୁଯାୟୀ ଗତ ନଭେମ୍ବର ୭ ତାରିଖରେ ତିହାର ଜେଲ୍ର ସମସ୍ତ କଏଦୀମାନଙ୍କୁ କାଉନେସଲିଂ ପାଇଁ ଡକାଯାଇଥିଲା। ଏହି କ୍ରମରେ ମୁକେଶଙ୍କୁ ମଧ୍ୟ ଡକାଯାଇଥିଲା। କିନ୍ତୁ ସେ ଉପସ୍ଥିତ ହୋଇନଥିଲେ। ଯେତେବେଳେ ଅନ୍ୟ କଏଦୀମାନଙ୍କ ମଧ୍ୟରେ ତାଙ୍କୁ ଦେଖିବାକୁ ମିଳିନଥିଲା ସେ ସମୟରେ ତାଙ୍କର ଖୋଜ ଖବର ନିଆଯାଇଥିଲା। ପରେ ତାଙ୍କୁ ଆହତ ଅବସ୍ଥାାରେ ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ତୁରନ୍ତ ସଫଦରଜଙ୍ଗ୍ ହସ୍ପିଟାଲ୍ ନିଆଯାଇଥିଲା କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ମାମଲାରେ ତଦନ୍ତ ଆରମ୍ଭ ହୋଇଛି।
ତିହାର ଜେଲ୍ରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2019/10/Suicide-poision.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)