ନୂଆଦିଲ୍ଲୀ: ଦିଲ୍ଲୀର ବସନ୍ତ ବିହାରରେ ଜଣେ ମାଆ ଏବଂ ତାଙ୍କର ଦୁଇ ଝିଅ ଆତ୍ମହତ୍ୟା କରିଛନ୍ତି। ଶ୍ବାସରୁଦ୍ଧ କାରଣରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଇ-କମର୍ସ ସାଇଟ୍ରୁ ଚୁଲି ଏବଂ ଅଙ୍ଗାର କିଣି ଘରର କବାଟ ଓ ଝରକା ବନ୍ଦ କରି ସେମାନେ ଏଭଳି କାଣ୍ଡ ଘଟାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି। ଘଟଣାସ୍ଥଳରୁ ପୁଲିସ ୪ଟି ସନ୍ଦିଗ୍ଧ ସୁଇସାଇଡ୍ ନୋଟ ସଂଗ୍ରହ କରିଛି। ମୃତକ ମାଆ ଓ ଝିଅଙ୍କ ପରିଚୟ ମିଳିଛି। ମାଆଙ୍କ ନାମ ମଞ୍ଜୁ (୫୪) ହୋଇଥିବାବେଳେ ଝିଅ ନାମ ଅଙ୍କିତା (୨୭) ଏବଂ ଅଙ୍କୁ (୨୫)। ଗତବର୍ଷ ଏପ୍ରିଲରେ ସଂପୃକ୍ତ ମହିଳାଙ୍କ ସ୍ବାମୀ କରୋନାରେ ପ୍ରାଣ ହରାଇଥିଲେ। ସେବେଠାରୁ ପରିବାର ଅବସାଦଗ୍ରସ୍ତ ଥିଲେ। ଅସୁସ୍ଥତା କାରଣରୁ ମଞ୍ଜୁ ଶଯ୍ୟାଶାୟୀ ରହିଥିଲେ।
ଦିଲ୍ଲୀରେ ମାଆ ଓ ଦୁଇ ଝିଅଙ୍କ ଆତ୍ମହତ୍ୟା
/sambad/media/post_attachments/wp-content/uploads/2022/02/suicide-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)