ନୂଆଦିଲ୍ଲୀ: ସମ୍ପ୍ରତି ଭାରତରେ କରୋନାଭାଇସ୍ ମହାମାରୀ ବ୍ୟାପି ଚାଲିଥିବା ବେଳେ ଆତ୍ମହତ୍ୟା ହାର ମଧ୍ୟ ବଢ଼ି ଚାଲିଛି ଏବଂ ସରକାର ଜନସାଧାରଣଙ୍କୁ ମାନସିକ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି ବୋଲି ଜଣାଇ ସୁପ୍ରିମ୍ କୋର୍ଟର ଓକିଲ ତଥା ଅଧକାରକର୍ମୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବ ଅଧିକାର କମିସନ୍ଙ୍କୁ ପତ୍ର ଲେଖିଛନ୍ତି।
୨୦୨୦ ମେ ମାସରେ ‘ଦି ସୁଇସାଇଡ୍ ପ୍ରିଭେନ୍ସନ୍ ଇଣ୍ଡିଆ ଫାଉଣ୍ଡେସନ୍’ କରିଥିବା ଅନ୍ଲାଇନ୍ ସର୍ଭେରୁ ଜଣାପଡ଼ିଛି ଯେ, କୋଭିଡ୍-୧୯ ସମୟରେ ସମଗ୍ର ଦେଶରେ ଆତ୍ମହତ୍ୟା ସଂଖ୍ୟା ଅପେକ୍ଷାକୃତ ବୃଦ୍ଧି ପାଇଛି। ଏହି ସର୍ଭେରେ ସେମାନେ ଦେଶର ୧୫୯ଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ସାକ୍ଷାତ୍ କରିଥିଲେ।
Image Courtesy of AL Zajeeraରୋଜଗାର ମାଧ୍ୟମ ହରାଇଥିବାର ଚାପ, କୋଭିଡ୍-୧୯ ସଂକ୍ରମଣଜନିତ ସାମାଜିକ ଅପବାଦ, କୋଭିଡ୍-୧୯ ପରବର୍ତ୍ତୀ ‘ନୂତନ ସ୍ବାଭାବିକତା’କୁ ଗ୍ରହଣ କରିବାରେ ଅସନ୍ତୋଷ, ଘରୋଇ ହିଂସା ଆଦି ଅନେକ କାରଣରୁ ସମାଜର ସବୁ ବର୍ଗର ଲୋକଙ୍କ ମଧ୍ୟରେ ଅବସାଦ ଭାବ ଆସୁଛି ଓ ସେମାନେ ଆତ୍ମହତ୍ୟା ଭଳି ଚରମ ମାର୍ଗ ଗ୍ରହଣ କରୁଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ କହିଛି ଯେ, ଜୀବନ ଓ ଜୀବିକାକୁ ବାଧା ଦେଇଥିବା ମହାମାରୀ ଲୋଙ୍କ ମନରେ ଭୟ, ଉତ୍କଣ୍ଠା, ବିଷାଦ ଏବଂ ଚାପ ସୃଷ୍ଟି କରୁଛି।
ଅନ୍ୟାନ୍ୟ ରୋଗବ୍ୟାଧି ପ୍ରତି ଆମ ଦେଶରେ ଯେତେ ଦୃଷ୍ଟି ଦିଆଯାଏ, ମାନସିକ ରୋଗ କ୍ଷେତ୍ରରେ ସେତିକି ଧ୍ୟାନ ରୁହେନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ମଧ୍ୟ ତାହା ଦେଖାଯାଉଛି। ଭାରତ ସରକାର, ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ବ୍ୟକ୍ତିବିଶେଷଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରତି ଅବହେଳା କରୁଛନ୍ତି। କିନ୍ତୁ, ୨୦୧୭ରେ ପାରିତ ହୋଇଥିବା ‘ମାନସିକ ସ୍ବାସ୍ଥ୍ୟ ସେବା ଆଇନ୍’ ଅନୁସାରେ, ସେମାନଙ୍କର ଚିକିତ୍ସା ଏବଂ ଯତ୍ନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା କଥା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/suicide.jpg)