ଜେଲ୍‌ରୁ ସ୍ଥାନାନ୍ତର ପାଇଁ ସୁକେଶ ଚନ୍ଦ୍ରଶେଖରର ଆବେଦନ

କେନ୍ଦ୍ର, ଦିଲ୍ଲୀ ସରକାରଙ୍କ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମଣ୍ଡୋଲି ଜେଲ୍‌ରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ତାଙ୍କୁ ଦେଶର ଅନ୍ୟ ଏକ ଜେଲ୍‌କୁ ସ୍ଥାନାନ୍ତର କରିବାପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆପ୍‌ ସରକାର ବିରୋଧରେ ସୁକେଶ ଚନ୍ଦ୍ରଶେଖର ଆଣିଥିବା ଗୁରୁତର ଅଭିଯୋଗ ପାଇଁ ତାଙ୍କ ଜୀବନ ପ୍ରତି ବିପଦ ଅଛି । ଏହି କାରଣ ପାଇଁ ସେ ତାଙ୍କୁ ମଣ୍ଡୋଲି ଜେଲ୍‌ରୁ ଅନ୍ୟତ୍ର ସ୍ଥାନାନ୍ତର କରିବାପାଇଁ କୋର୍ଟରେ ଆବେଦନ କରିଥିଲେ। ସୁପ୍ରିମକୋର୍ଟ ସୋମବାର ଦିନ ସୁକେଶ ଚନ୍ଦ୍ରଶେଖରଙ୍କ ଆବେଦନ ଉପରେ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାରଙ୍କଠାରୁ ଜବାବ ମାଗିଛନ୍ତି।

ଅନ୍ୟପକ୍ଷେ ଜେଲ୍‌ରେ ସୁକେଶଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ପ୍ରସଙ୍ଗରେ ଜଷ୍ଟିସ ଅଜୟ ରସ୍ତୋଗିଙ୍କ ଖଣ୍ଡପୀଠ ମଣ୍ଡୋଲି ଜେଲ୍‌ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ କରିଛନ୍ତି ଏବଂ ସପ୍ତାହକ ମଧ୍ୟରେ ରିପୋର୍ଟ ମାଗିଛନ୍ତି। ଠକ ସୁକେଶ ଚନ୍ଦ୍ରଶେଖର ଲଗାତାର ଭାବେ ସୁପ୍ରିମକୋର୍ଟରେ ଆବେଦନ କରୁଥିବାରୁ କୋର୍ଟ ଏହି କାରଣ ପାଇଁ ସୁକେଶ ଚନ୍ଦ୍ରଶେଖର ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁକେଶଙ୍କ ଅଭିଯୋଗ ଅନୁଯାୟୀ ପୂର୍ବତନ ଦିଲ୍ଲୀ ଜେଲ୍‌ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କଠାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି।

ସମ୍ବନ୍ଧିତ ଖବର