ନୂଆଦିଲ୍ଲୀ: ସୁକେଶ ଚନ୍ଦ୍ରଶେଖର ୨୦୦ କୋଟି ଟଙ୍କା ବଟି ମାମଲାରେ ସମ୍ପୃକ୍ତ ଥିବା ନେଇ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି।  ସୁକେଶର ଅପରାଧିକ ଘଟଣାକୁ ନେଇ ଅନେକ ଖବର ସାମ୍ନାକୁ ଆସିଥିବା ବେଳେ ଜେଲ ଭିତରୁ ଚାଞ୍ଚଲ୍ୟକର ତଥ୍ୟ ଓ ଫଟୋ ସାମ୍ନାକୁ ଆସିଥିଲା।

Advertisment

ଜେଲ ସୂତ୍ରରୁ ପ୍ରକାଶ, କିଛିମାସ ପୂର୍ବରୁ ଅର୍ଥାତ ଚଳିତବର୍ଷ ଫେବ୍ରୁଆରିରେ ଜେଲରେ ସୁ‌କେଶ ରହୁଥିବା ସେଲରେ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ସମୟରେ ‌ସେଲରୁ ଯେଉଁ ସବୁ ସାମଗ୍ରୀ ଜବତ ହୋଇଥିଲା ତାହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଚକିତ ହୋଇଯାଇଥିଲେ।

ଜେଲ ଅଧିକାରୀଙ୍କୁ ସୁକେଶ ରହୁଥିବା ସେଲ ଭିତରୁ ଦେଢ଼ଲକ୍ଷ ମୂଲ୍ୟର ଚପଲ ସହିତ ୮୦ହଜାର ଟଙ୍କାର ଦୁଇଟି ଜିନ୍ସ ମିଳିଥିଲା। ଏତଦ ବ୍ୟତୀତ ଯେଉଁ ସମଗ୍ରୀ ଜବତ କରାଯାଇଥିଲା ତାହାର ମୂଲ୍ୟ ଲକ୍ଷଟଙ୍କାର ଅଧିକ ରହିଥିଲା। ଯାହାକୁ ଦେଖି ଜେଲ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏମିତି କି ସୁକେଶ କରୁଥିବା କାମ ଯେମିତି ସିସିଟିଭିରେ କୈଦ ନ‌ହେଉ ସେଥିପାଇଁ ପରଦା ବି ଟଙ୍କା ଯାଇଥିଲା।

ଏହି ଚଢ଼ାଉ ପରେ ସୁକେଶଙ୍କୁ ଏଭଳି ସୁବିସା ସୁଯୋଗ ଯୋଗାଇ ଦେଉଥିବା ଘଟଣାରେ ସାମିଲ ଥିବ‌ା ଅଧିକାରୀ ଓ କର୍ମଚାରୀ ଅସୁବିଧାରେ ପଡ଼ି ଯାଇଥିଲେ। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଥିଲା। ହଠାତ ଏଭଳି ଚଢ଼ାଉ ପରେ ସବୁକିଛି ସାମ୍ନାକୁ ଆସିଯିବା ହେତୁ ସୁକେଶ ଜେଲର ଦୀପକ ଶର୍ମା ଓ ଜୟସିଂହଙ୍କ ନିକଟରେ ଭାବବିହ୍ବଳ ହୋଇ ଭୋଭୋ ହୋଇ କାନ୍ଦିଥି‌ଲେ।