ମୁମ୍ବାଇ : ଠକ ସୁକେଶ ଚନ୍ଦ୍ରଶେଖର ମୋ ଭାବନା ସହିତ ଖେଳି ମୋର ଜୀବନକୁ ନର୍କରେ ପରିଣତ କରିଛନ୍ତି ବୋଲି ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଆଜି ଦିଲ୍ଲୀର ପାଟିଆଲା ହାଉସ କୋର୍ଟକୁ କହିଛନ୍ତି।

Advertisment

ଜ୍ୟାକଲିନ୍‌ ଦାବି କରିଛନ୍ତି ଯେ ଚନ୍ଦ୍ରଶେଖର ନିଜକୁ ଜଣେ ସରକାରୀ ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କୁ ଶୋଷଣ କରିବା ଆରମ୍ଭ କରିଥିଲେ। ସେ ମୋର ମେକଅପ୍ କଳାକାର ଶାନ ମୁଥାଥିଲଙ୍କ ବିଶ୍ୱାସ ଜନ୍ମାଇଥିଲେ ଯେ ସେ ଗୃହ ମନ୍ତ୍ରଣାଳୟର ଜଣେ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ। ଏହାପରେ ବିଭିନ୍ନ ବାହାନାରେ ସେ ଘନିଷ୍ଠତା ବଢ଼ାଇଥିଲେ ଏବଂ ତାଙ୍କୁ ନାନା ଷଡ଼ଯନ୍ତ୍ର କରି ଫସାଉଥିଲେ। ଚନ୍ଦ୍ରଶେଖର ନିଜକୁ ସନ୍‌ ଟିଭିର ମାଲିକ ଭାବରେ ମଧ୍ୟ ପରିଚିତ ଦେଇଥିଲେ ଏବଂ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ତାଙ୍କ ମାଉସୀ ବୋଲି କହିଥିଲେ। ଚନ୍ଦ୍ରଶେଖର କହିଥିଲେ ଯେ ସେ ତାଙ୍କର ଜଣେ ବଡ ପ୍ରଶଂସକ ଏବଂ ଦକ୍ଷିଣ ଭାରତରେ‌ ସେ ଫିଲ୍ମ କରିବାକୁ ଚାହୁଁଛନ୍ତି। ଏପରି ମିଥ୍ୟାର ଜାଲ ବୁଣି ସେ ମୋ ଜୀବନକୁ ନର୍କ କରିଦେଇଛନ୍ତି ବୋଲି ଜ୍ୟାକଲିନ ଅଦାଲତଙ୍କୁ କହିଛନ୍ତି।