ମଙ୍ଗଳବାରଦିନ ବିଶ୍ୱର ସବୁଠାରୁ ଘାତକ ଲଢୁଆ ବିମାନ ସୁଖୋଇ-୫୭ର ପ୍ରଦର୍ଶନ କରିବ ଋଷିଆ, ଭାରତକୁ ବିକିବା ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ : ଋଷିଆ ଆଜି ପ୍ରଥମ ଥର ପାଇଁ ନିଜର ୫ମ ପିଢିର ଅତ୍ୟାଧୁନିକ ଲଢୁଆ ବିମାନ ସୁଖୋଇ-୫୭ ର ପ୍ରଦର୍ଶନ କରିବ । ଏହା ବିଶ୍ୱର ସବୁଠାରୁ ଉନ୍ନତ ଷ୍ଟେଲଥ ଲଢୁଆ ବିମାନ ବୋଲି ଋଷିଆ ଦାବି କରିଛି । ମସ୍କୋଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବିମାନ ପ୍ରଦର୍ଶନୀ ମାକ୍ସ-୨୦୧୯ରେ ଆଜି ଏହାର ପ୍ରଦର୍ଶନ କରିବ ଋଷିଆ । ଏହି ଲଢୁଆ ବିମାନକୁ ନିର୍ମାଣ କରୁଛି ଋଷିଆର ରାଷ୍ଟ୍ରାୟତ୍ତ କମ୍ପାନି ରୋସଟେକ ଷ୍ଟେଟ୍‌ କର୍ପୋରେସନ । ଋଷୀୟ ବାୟୁସେନା ୭୬ଟି ଏସୟୁ-୫୭ ଅର୍ଡରେ ଦେବା ପରେ ଏହାର ଉତ୍ପାଦନ ଆରମ୍ଭ ହୋଇଛି ।

 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତକୁ ଏହି ବିମାନ ପ୍ରଦାନ ପାଇଁ ଋଷିଆ ପ୍ରସ୍ତାବ ଦେଇଛି । ଭାରତ ସହ ମିଶି ଏହି ୫ମ ପିଢିର ବିମାନକୁ ଆହୁରି ବିକଶିତ କରିବାକୁ ଋଷିଆ ପ୍ରସ୍ତାବ ଦେଇଛି, ଯେପରିକି ଆସନ୍ତା କିଛି ଦଶନ୍ଧି ପର୍ଯ୍ୟନ୍ତ ଏହି ଦୁଇଦେଶର ଏୟାରଫୋର୍ସରେ ମୁଖ୍ୟ ବିମାନଭାବେ କାମ କରିପାରିବ ବୋଲି କହିଛନ୍ତି ଋଷିଆର ଜାତୀୟ ସାମରିକ ଓ ପ୍ରଯୁକ୍ତିଗତ ସହଯୋଗିତା ସଂସ୍ଥାର ଉପ-ନିର୍ଦ୍ଦେଶକ ଭ୍ଲାଦିମିର ଡ୍ରୋଜୋଭ କହିଛନ୍ତି । ସେ କହିଛନ୍ତି ଯେ ସୁଖୋଇ-୫୭ର କେତେକ ସ୍ୱତନ୍ତ୍ର ସାମରିକ କ୍ଷମତା ରହିଛି ଯାହାକି ଅନ୍ୟ ବିମାନରେ ନାହିଁ । ସୂଚନାଯୋଗ୍ୟ ଯେ ଭାରତ କିଣୁଥିବା ରାଫେଲ ବିମାନ ୪.୫ ପିଢିର ବିମାନ ହୋଇଥିବାବେଳେ ସୁଖୋଇ-୫୭ ୫ମ ପିଢିର ବିମାନ ।

ସମ୍ବନ୍ଧିତ ଖବର