ଆହୁରି ଉନ୍ନତ ହେବ ସୁଖୋଇ୩୦-ଏମକେଆଇ, ଲାଗିବ ଅତ୍ୟାଧୁନିକ ରାଡାର ଓ ଯୋଗାଯୋଗ ବ୍ୟବସ୍ଥା

ନୂଆଦିଲ୍ଲୀ : ଭାରତର ମୁଖ୍ୟ ଯୁଦ୍ଧ ବିମାନ ସୁଖୋଇ୩୦-ଏମକେଆଇକୁ ଆହୁରି ଉନ୍ନତ କରିବାକୁ ଭାରତ ସରକାର ସବୁଜ ସଂକେତ ଦେଇଛନ୍ତି । ଏ ସଂପର୍କରେ ଆଜି ବାୟୁସେନା ମୁଖ୍ୟ ଆରକେ ଭାଦୋରିଆ ମଧ୍ୟ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁସାରେ ସୁଖୋଇ୩୦-ଏମକେଆଇରେ ଏକ ଅତ୍ୟାଧୁନିକ ରାଡାର ଓ ଇଲେକ୍ଟ୍ରୋନିକ ଓ୍ଵାରଫେୟାର ଆସପେକ୍ଟ ଲଗାଯିବ । ଏହା ଫଳରେ ଏହି ଲଢୁଆ ବିମାନ ପ୍ରାୟ ୫୮ କିମି ଦୂରରୁ ଆମେରିକା ନିର୍ମିତ ଅତ୍ୟାଧୁନିକ ଏଫ-୩୫ କିମ୍ବା ଚୀନ ନିର୍ମିତ ଜେ-୨୦କୁ ଠାବ କରିପାରିବ ।

ଏଥିରେ ଲାଗିବାକୁ ଥିବା ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ଓ୍ଵାରଫେୟାର ଆସପେକ୍ଟ ବ୍ୟବସ୍ଥା ମାଧ୍ୟମରେ ଯୁଦ୍ଧ ପରିସ୍ଥିତିର ଶତ୍ରୁର ସିଗନାଲ ଓ ଫ୍ରିକ୍ୱେନ୍ସିକୁ ଠାବ କରିପାରିବ ଓ ନିଜର ଗ୍ରାଉଣ୍ଡ ସେଣ୍ଟରରୁ ଆସିଥିବା ଯୋଗାଯୋଗକୁ ଗ୍ରହଣ କରିପାରିବ । ଗତ ଫେବ୍ରୁଆରୀ ୨୭ରେ ଭାରତ ଓ ପାକିସ୍ତାନ ବାୟୁସେନା ମଧ୍ୟରେ ହୋଇଥିବା ସଂଘର୍ଷ ବେଳେ କମାଣ୍ଡର ଅଭିନନ୍ଦନ ଚଳାଉଥିବା ମିଗ୨୧ ବାଇସନକୁ ଗ୍ରାଉଣ୍ଡ କଣ୍ଟ୍ରୋଲରୁମରୁ ଦିଆଯାଇଥିବା ସଂକେତ ପହଞ୍ଚିପାରିନଥିଲା । ଫଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ଶତ୍ରୁସୀମାରେ ପଡିଥିଲା । ଭବିଷ୍ୟତରେ ଏଭଳି ଭୁଲର ପୂନରାବୃତ୍ତି ନକରିବାକୁ ବାୟୁସେନା ଏହି ନିଷ୍ପତ୍ତି ନେଇଛି ।

ସମ୍ବନ୍ଧିତ ଖବର