ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ ଉପସଭାପତି ଭାବେ ବରିଷ୍ଠ ଓଡ଼ିଆ ଆଇନଜୀବୀ ସୁକୁମାର ପାଟ୍ଟଯୋଶୀ ନିର୍ବାଚିତ ହୋଇଛନ୍ତି।

Advertisment

ଉପସଭାପତି ପଦ ପାଇଁ ଚାରି ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ଶ୍ରୀ ପାଟ୍ଟଯୋଶୀଙ୍କୁ ୫୩୦ ଖଣ୍ଡ ‌ଭୋଟ ମିଳିଥିଲା। କଳାହାଣ୍ଡି ଜିଲ୍ଲାର ଶ୍ରୀ ପାଟ୍ଟଯୋଶୀ ସୁପ୍ରିମକୋର୍ଟରେ ଗତ ୩୦ ବର୍ଷ ହେଲା ଓକିଲାତି କରୁଛନ୍ତି। ଏହାପୂର୍ବରୁ ସେ ୨୦୧୮-୧୯ରେ ମଧ୍ୟ ସୁପ୍ରିମକୋର୍ଟ ବାର ଆସୋସିଏସନର ଉପସଭାପତି ହୋଇଥିଲେ। ସୁପ୍ରିମକୋର୍ଟ ବାର ଆସୋସିଏସନ୍‌ ନିର୍ବାଚନରେ ବରିଷ୍ଠ ଆଇନଜୀବୀ ଆଦିଶ ଅଗ୍ରୱାଲ ସଭାପତି ଓ ରୋହିତ ପାଣ୍ଡେ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି।