ନୂଆଦିଲ୍ଲୀ: ଦ୍ବିପାକ୍ଷିକ ବୈଷୟିକ-ସାମରିକ ସମ୍ପର୍କ ଦୃଢ଼ୀଭୂତ କରିବାକୁ ଆମେରିକାର ସୁରକ୍ଷା ପରିଷଦର ଉପଦେଷ୍ଟା ଜାକ୍ ସୁଲିଭାନ୍ ଭାରତ ଗସ୍ତରେ ଅଛନ୍ତି। ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ସାକ୍ଷାତ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ସେ, ଆମେରିକାର ସୁରକ୍ଷା ଉପଦେଷ୍ଟାଙ୍କୁ ସାକ୍ଷାତ କରିଛନ୍ତି। ବିଶ୍ବ ମଙ୍ଗଳ ସକାଶେ ବିଶ୍ବ କୂଟନୈତିକ ସହଯୋଗୀ ଆମେରିକା ସହ ସମ୍ବନ୍ଧ ଦୃଢ଼ କରିବାରେ ଭାରତ ପ୍ରତିଶ୍ରୁତିବଦ୍ଧ।
ଇନିସିଏଟିଭ୍ ଅନ୍ କ୍ରିଟିକାଲ୍ ଆଣ୍ଡ୍ ଏମର୍ଜିଂ ଟେକ୍ନୋଲୋଜିସ୍ (ଆଇସିଇଟି)ର ଦ୍ବିତୀୟ ବୈଠକ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଥିଲେ। ଏହାପୂର୍ବରୁ ଭାରତର ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ୍ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ସୁଲିଭାନ୍ ଦୀର୍ଘ ସମୟ ଆଲୋଚନା କରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଏସ୍ ଜୟଶଙ୍କର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚିତ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ସକାଳେ ସେ ସୁଲିଭାନ୍ଙ୍କ ସହ ଆଲୋଚନା କରିଛନ୍ତି। ଦ୍ବିପାକ୍ଷିକ, ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଭାରତ-ଆମେରିକ କୂଟନୈତିକ ସହଭାଗିତା ଆଗକୁ ଆହୁରି ଦୃଢ଼ ହେବ ବୋଲି ସେ ବିଶ୍ବାସ କରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/sfsfhsfshf.jpg)