ସୁମନ କୁମାରୀ ହେଲେ ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ବିଚାରପତି

ଇସ୍‌ଲାମବାଦ୍‌: ପ୍ରଥମ କରି ଜଣେ ହିନ୍ଦୁ ମହିଳା ପାକିସ୍ତାନରେ ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି। ବିଚାରପତି ନିଯୁକ୍ତି ପାଇଥିବା ମହିଳା ଜଣକ ହେଉଛନ୍ତି ସୁମନ କୁମାରୀ। କ୍ୱାମ୍ବାର-ସାହଦକୋଟର ସୁମନ ପ୍ରଥମେ ନିଜ ଜିଲ୍ଳାରୁ ହିଁ କାମ ଆରମ୍ଭ କରିବେ ବୋଲି ସୂଚନା ରହିଛି।

ସୁମନ ହାଇଦ୍ରାବାଦ୍‌ରୁ ଆଇନ୍‌ରେ ସ୍ନାତକ କରିବା ପରେ କରାଚୀର ଏକ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର କରିଥିଲେ।

ସୁମନଙ୍କ ବାପା ପଓ୍ଵନ କୁମାର ବୋଦାନ କହନ୍ତି ସେ କ୍ୱାମ୍ବାର-ସାହଦକୋଟରେ ଗରିବମାନଙ୍କୁ ମାଗଣାରେ ଆଇନ ସହାୟତା ପ୍ରଦାନ କରିବାକୁ ଚାହୁଁଥିଲେ।

ତାଙ୍କ ବାପା ଆହୁରି ବି କହନ୍ତି କି, ସେ ଏକ ସାହସୀକ ବୃତ୍ତିକୁ ଆପଣାଇଛନ୍ତି। ମୋତେ ଜଣାଥିଲା କି ସୁମନ ଦିନେ ନିଜର କଠିନ ପରିଶ୍ରମ ଓ ସଚ୍ଚୋଟପଣିଆ ସକାଶେ ସ୍ୱତନ୍ତ୍ର ପରିଚୟ ହାସଲ କରିବ।

ସୁମନଙ୍କ ବାପା ଜଣେ ଆଖି ଡାକ୍ତର ଓ ବଡ଼ ଭଉଣୀ ଜଣେ ସଫ୍ଟୟଓୟାର୍‌ ଇଞ୍ଜିନିୟର୍‌ ଓ ଅନ୍ୟ ଜଣେ ଭଉଣୀ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌।

ସୁମନ କଣ୍ଠଶିଳ୍ପୀ ଲତା ମଙ୍ଗେସ୍‌କର୍‌ ଓ ଅତିଫ୍‌ ଅସ୍‌ଲମ୍‌ଙ୍କ ବିରାଟ ପ୍ରଶଂସକ।

ସମ୍ବନ୍ଧିତ ଖବର