ଇନ୍ଦୋରରେ ସରକାର ବିରୋଧୀ ଆନ୍ଦୋଳନ : ସୁମିତ୍ରା ମହାଜନଙ୍କ ସମେତ ୧୦୦୦ରୁ ଅଧିକ ବିଜେପି କର୍ମୀ ଗିରଫ

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଆଜି କମଳନାଥ ସରକାର ବିରୋଧରେ ବିଜେପି କର୍ମୀମାନେ ଆନ୍ଦୋଳନ କରିଥି‌ଲେ। ଆନ୍ଦୋଳନ ସମୟରେ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ବିଜେପି ମଧ୍ୟପ୍ରଦେଶ ମୁଖ୍ୟ ରାକେଶ ସିଂହ ଏବଂ କିଛି ପ୍ରମୁଖ ନେତାଙ୍କ ସହ ୧୦୦୦ରୁ ଅଧିକ ବିଜେପି କର୍ମୀ ଗିରଫ ‌ହୋଇଛନ୍ତି। ଆନ୍ଦୋଳନକାରୀମାନେ ଅଭି‌ଯୋଗ କରିଛନ୍ତି ଯେ ମଧ୍ୟପ୍ରଦେଶରେ କଂଗ୍ରେସ ନେତୃତ୍ବାଧୀନ ସରକାର ମାଫିଆ ବିରୋଧୀ ଅଭିଯାନ ଆଳରେ ବିଜେପି କର୍ମୀ ଏବଂ ପଦାଧିକାରୀଙ୍କୁ ଟା‌ର୍ଗେଟ୍‌ କରୁଛି। ଇନ୍ଦୋର କଲେକ୍ଟୋରେଟ୍‌ ଆଗରେ ସେମାନେ ଆନ୍ଦୋଳନ କରିଥିଲେ। ଆନ୍ଦୋଳନକାରୀମ‌ାନେ ବ୍ୟାରିକେଡ୍‌ ଭାଙ୍ଗି ଧସେଇ ପଶିବାକୁ ଚେଷ୍ଟା କରିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା। ସୁମିତ୍ରା ମହାଜନ, ରାକେଶ ସିଂହ, ଇନ୍ଦୋର ଲୋକସଭା ସାଂସଦ ଶଙ୍କର ଲାଲ୍‌ୱାନୀ , ଇନ୍ଦୋର ମେୟର ମାଳିନୀ ଲକ୍ଷ୍ମଣ ସିଂହ ଗୌରଙ୍କୁ ଗିରଫ କରି ଜିଲ୍ଲା ଜେଲ୍‌କୁ ନିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର