ପିତାଙ୍କ ରାୟ ବଦଳାଇଲେ ପୁତ୍ର

ନୂଆଦିଲ୍ଲୀ: ବ୍ୟଭିଚାର ମାମଲାରେ ଆଜି ସୁପ୍ରିମ୍‌ କୋର୍ଟଙ୍କ ସମ୍ବିଧାନ ପୀଠ ଐତିହାସିକ ରାୟ ଦେଇ ଆଇପିସିର ଧାରା ୪୯୭କୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଏହି ଖଣ୍ଡପୀଠରେ ଥିବା ଅନ୍ୟତମ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ପୁଣି ଥରେ ତାଙ୍କ ପିତା ଜଷ୍ଟିସ ୱାଇ ବି ଚନ୍ଦ୍ରଚୂଡ଼ଙ୍କ ରାୟକୁ ବଦଳାଇ ଦେଇଛନ୍ତି। ୧୯୮୫ରେ ଚନ୍ଦ୍ରଚୂଡ଼ଙ୍କ ପିତା ଅନୁଚିତ ଯୌନ ସଂପର୍କ କ୍ଷେତ୍ରରେ ଦଣ୍ଡ ବିଧାନ ଜରୁରୀ ବୋଲି କହିଥିଲେ ଏବଂ ଧାରା ୪୯୭କୁ ବୈଧ ଦର୍ଶାଇଥିଲେ। ଅନ୍ୟପକ୍ଷରେ ଆଜିର ରାୟରେ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଜଣେ ମହିଳାଙ୍କ ସ୍ବାଧୀନତା କ୍ଷେତ୍ରରେ କୌଣସି ସାଲିସ୍‌ କରାଯାଇ ପାରିବ ନାହିଁ। ଏଥିପାଇଁ କୌଣସି ସର୍ତ୍ତ ରଖାଯିବ ନାହିଁ। ବ୍ୟଭିଚାର ଆଇନ ମହିଳାଙ୍କ ଗରିମା ଏବଂ ଅଧିକାରକୁ ନଷ୍ଟ କରୁଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର