କୋଣାର୍କ ମନ୍ଦିର ଭଳି ହେବ ଅଯୋଧ୍ୟାର ରାମ ମନ୍ଦିର, ଗର୍ଭଗୃହକୁ ଆଲୋକିତ କରିବ ସୂର୍ଯ୍ୟ କିରଣ; ସେ ନେଇ ଚାଲିଛି ଆଲୋଚନା

ନୂଆଦିଲ୍ଲୀ: ଓଡ଼ିଶାର କୋଣାର୍କ ମନ୍ଦିର ଭଳି ହେବ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର | ଓଡ଼ିଶାରେ ଥିବା କୋଣାର୍କ ମନ୍ଦିର ବା ଯାହାକୁ ଆମେ ସୂର୍ଯ୍ୟ ମନ୍ଦିର ବୋଲି କହୁ, ସେଠାରେ ସୂଯ୍ୟଙ୍କ ପ୍ରଥମ କିରଣ ପଡ଼ିଥାଏ | ଏହାକୁ ଦେଖି ଏବେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିର ଏହିଭଳି ଭାବେ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀ ରାମ ଜନ୍ମଭୂମି ତିରଥ କ୍ଷେତ୍ର ଟ୍ରଷ୍ଟ |

ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ଏପରି ଭାବରେ ନିର୍ମାଣ ହେବ ଯେ, ସୂର୍ଯ୍ୟ କିରଣ ରାମଙ୍କର ମୂର୍ତ୍ତି ଉପରେ ପଡ଼ିବ ଏବଂ ପ୍ରତ୍ୟେକ ରାମ ନବମୀରେ ସୂର୍ଯ୍ୟଙ୍କ କିରଣ ଗର୍ଭଗୃହକୁ ଆଲୋକିତ କରିବ | ଓଡ଼ିଶାର ସୂର୍ଯ୍ୟ ମନ୍ଦିରକୁ ଦେଖି ଏଭଳି ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି |

www.ndtv.com

ମନ୍ଦିରକୁ ଓଡ଼ିଶାର ସୂଯ୍ୟ ମନ୍ଦିର ଭଳି କରିବାର ପ୍ରସ୍ତାବ ଉପରେ ଏବେ କାର୍ଯ୍ୟ ଚାଲିଛି | ସୁଯ୍ୟ କିରଣ କେମିତି ଆସି ରାମଙ୍କ ଉପରେ ପଡ଼ିବ ସେ ନେଇ ବୈଜ୍ଞାନିକ, ଜ୍ୟୋତିର୍ବିଜ୍ଞାନୀ ଏବଂ ବୈଷୟିକ ବିଶେଷଜ୍ଞଙ୍କ ସହ ଆଲୋଚନା ଚାଲିଛି ବୋଲି କହିଛନ୍ତି ଶ୍ରୀ ରାମ ଜନ୍ମଭୂମି ତିରଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ କାମେଶ୍ୱର ଚୌପଲ |

ଶ୍ରୀ ଚୌପଲ କହିଛନ୍ତି, “ଓଡ଼ିଶାରେ ଥିବା ସୂର୍ଯ୍ୟ ମନ୍ଦିର ହେଉଛି ଏକ ଉଦାହରଣ ଯେଉଁଠାରେ ସୂର୍ଯ୍ୟ କିରଣ ମନ୍ଦିର ଭିତରେ ପହଞ୍ଚେ। ତେଣୁ କିରଣ କିପରି ପହଞ୍ଚେ ସେ ସମ୍ବନ୍ଧରେ ସମସ୍ତ ବୈଷୟିକ ଦିଗ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ବିଚାର କରାଯାଉଛି।

ସମ୍ବନ୍ଧିତ ଖବର