ଡୋଭାଲ-ବାରୋ ବୈଠକରେ ଯୋଗଦେଲେ ସୁନକ

ଲଣ୍ଡନ : ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ତାଙ୍କ ବ୍ରିଟେନ ପ୍ରତିପକ୍ଷ ଟିମ୍‌ ବାରୋଙ୍କ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ହଠାତ୍ ପ୍ରଧାନମନ୍ତ୍ରୀ ଋଷି ସୁନକ କିଛି ସମୟ ପାଇଁ ସେଠାରେ ଉପସ୍ଥିତ ଥିଲେ। ବାଣିଜ୍ୟ, ପ୍ରତିରକ୍ଷା ଏବଂ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ଉତ୍ତମ ସହଯୋଗିତା ପାଇଁ ସୁନକ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ଲଣ୍ଡନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଏହି ସୂଚନା ଦେଇଛନ୍ତି। ୱାସିଂଟନରେ ଡୋଭାଲ ତାଙ୍କ ଆମେରିକୀୟ ପ୍ରତିପକ୍ଷ ଜେକ୍ ସୁଲିଭାନଙ୍କୁ ଭେଟିବା ପରେ ଲଣ୍ଡନ ଆସିଛନ୍ତି।

ସମ୍ବନ୍ଧିତ ଖବର