ନୂଆଦିଲ୍ଲୀ : ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହେବାପରେ ପ୍ରଥମ ଥର ପାଇଁ ୟୁକ୍ରେନ ଗସ୍ତ କରିଛନ୍ତି। ସୁନକ ଶନିବାର ଦିନ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କୁ ଭେଟିଛନ୍ତି ଏବଂ ୟୁକ୍ରେନ୍ ପାଇଁ ନୂଆ ୫୦ ନିୟୁତ ପାଉଣ୍ଡର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି। ଖେରସନ ପ୍ରଦେଶରୁ ରୁଷ୍ ସେନାର ପ୍ରତ୍ୟାହାର ୟୁକ୍ରେନ୍ ପାଇଁ ଏକ ବଡ଼ ବିଜୟ ବୋଲି କୁହାଯାଉଥିବା ବେଳେ ପଶ୍ଚିମ ରାଷ୍ଟ୍ରମାନେ ଅଧିକ ସହାୟତା ପ୍ରଦାନ ପାଇଁ ୟୁକ୍ରେନ୍କୁ ଆଶ୍ବସ୍ତ କରିଛନ୍ତି ।
ଅନ୍ୟପକ୍ଷରେ ରୁଷ୍ ସହ ଶାନ୍ତି କଥାବାର୍ତ୍ତା ଆରମ୍ଭ କରିବା ଦାୟିତ୍ବ ଏବଂ ଏ ବାବଦ ପଦକ୍ଷେପ କେବଳ ୟୁକ୍ରେନ୍ ହିଁ ନେବ ବୋଲି ଆମେରିକା ଆଜି ସ୍ପଷ୍ଟ କରିଦେଇଛି। ଉଭୟ ପକ୍ଷ ଶାନ୍ତି ଆଲୋଚନା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ଏବଂ ତୁରନ୍ତ ଯୁଦ୍ଧବିରତି ଘୋଷଣା କରିବାକୁ ନିକଟରେ ବାଲିରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଗୁରୁତ୍ବାରୋପ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/sunak.jpg)