ଋଷି ସୁନକଙ୍କ ୟୁଟର୍ଣ୍ଣ: ଇଜିପ୍ଟ ଜଳବାୟୁ ସମ୍ମିଳନୀରେ ଯୋଗ ଦେବେ

ଳଣ୍ଡନ : ନଭେମ୍ବର ୬ରୁ ଇଜିପ୍ଟରେ ଅନୁଷ୍ଠିତ ହେବାକୁ ଯାଉଥିବା ସିଓପି-୨୭ ଜଳବାୟୁ ସମ୍ମିଳନୀରେ ଯୋଗ ଦେବେ ନାହିଁ ବୋଲି ପୂର୍ବରୁ କହିଥିବା ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜର ନିଷ୍ପତ୍ତି ବଦଳାଇଛନ୍ତି। ‘ଏକ ସୁରକ୍ଷିତ ଓ ସ୍ଥାୟୀ’ ଭବିଷ୍ୟତ ପାଇଁ ସେ ଏହି ସମ୍ମିଳନୀରେ ଯୋଗ ଦେବେ ବୋଲି ବୁଧବାର କହିଛନ୍ତି।

ସୁନକ ଟ୍ବିଟ୍ କରିଛନ୍ତି- ଜଳବାୟୁ ପରିବର୍ତ୍ତନର ନିରାକରଣ ନ କଲେ କୌଣସି ଦୀର୍ଘସ୍ଥାୟୀ ଉନ୍ନତି ସମ୍ଭବ ନୁହେଁ। ନବୀକରଣଯୋଗ୍ୟ ଶକ୍ତି ଉପରେ ନିବେଶ ବିନା କୌଣସି ଶକ୍ତି ସୁରକ୍ଷା ସମ୍ଭବ ନୁହେଁ। ଏଥିପାଇଁ ମୁଁ ଆସନ୍ତା ସପ୍ତାହରେ ହେବାକୁ ଥିବା ସିଓପି୨୭ ଜଳବାୟୁ ସମ୍ମିଳନୀରେ ଯୋଗ ଦେବି। ପୂର୍ବରୁ ସୁନକ କହିଥିଲେ ଯେ ସେ ନଭେମ୍ବର ୧୭ ବଜେଟ ଓ ଦେଶର ଅର୍ଥନୀତି ଉପରେ ଅଧିକ ଧ୍ୟାନ ଦେବାର ଥିବାରୁ ଜଳବାୟୁ ସମ୍ମିଳନୀକୁ ଯାଇପାରିବେ ନାହିଁ। ତାଙ୍କର ଏହି ନିଷ୍ପତ୍ତିକୁ ପରିବେଶବିତ୍‌ମାନେ ନାପସନ୍ଦ କରିଥିଲେ। ଜଳବାୟୁ ଉପଦେଷ୍ଟା ଆଲୋକ ଶର୍ମା ମଧ୍ୟ ତାଙ୍କର ଏହି ନିଷ୍ପତ୍ତିକୁ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର