ନୂଆଦିଲ୍ଲୀ : ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦିଲ୍ଲୀ ପୁଲିସ ଅଭିଯୋଗଫର୍ଦ୍ଦ ଦାଖଲ କରିସାରିଛି। ତେଣୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଦ୍ୱାରା ଏହି ମାମଲାର ଅଧିକ ତଦନ୍ତ କରାଯାଇ ପାରିବ ନାହିଁ। ଏ ପରିପ୍ରେକ୍ଷୀରେ ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ କରିଥିବା ଆବେଦନର କିଛି ମାନେ ନାହିଁ ବୋଲି ସୁପ୍ରିମ୍କୋର୍ଟ ଦର୍ଶାଇଛନ୍ତି। ବିଚାରପତି ଅରୁଣ ମିଶ୍ର ଓ ଏସ୍ ଅବ୍ଦୁଲ ନାଜିରଙ୍କ ଖଣ୍ଡପୀଠ ସ୍ୱାମୀଙ୍କୁ କହିଛନ୍ତି, ପରବର୍ତ୍ତୀ ପର୍ଯ୍ୟାୟରେ ଏକ ଆବେଦନରେ ଏଭଳି ଦାବି କରାଯାଇ ପାରିବ। କିନ୍ତୁ ବର୍ତ୍ତମାନର ପିଟିସନ୍ ଶେଷ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ କୋର୍ଟଙ୍କ ତଦାରଖରେ ଏକ ଏସ୍ଆଇଟି ଗଠନ ପାଇଁ ସ୍ୱାମୀ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ଏହାକୁ ହାଇକୋର୍ଟ ଖାରଜ କରିଦେଇଥିଲେ। ଏହାପରେ ସ୍ୱାମୀ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ସୁବ୍ରମଣ୍ୟମ୍ଙ୍କ ଆବେଦନ ନିରର୍ଥକ: ସୁପ୍ରିମ୍କୋର୍ଟ
/sambad/media/post_attachments/wp-content/uploads/2018/07/subramanian.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)