ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା:ଫେବ୍ରୁଆରି ୨୧ରୁ ବିଚାର ସାମ୍ନା କରିବେ ଶଶି

ନୂଆଦିଲ୍ଲୀ : ସୁନନ୍ଦା ପୁଷ୍କରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତାଙ୍କ ସ୍ବାମୀ ତଥା କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ଆସନ୍ତା ୨୧ ତାରିଖରୁ ବିଚାର ସାମ୍ନା କରିବାକୁ ହେବ। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ମାମଲା ବିଚାରାଧୀନ ଥିବାବେ‌ଳେ କୋର୍ଟ ଆଜି ଦିଲ୍ଲୀ ସେସନ୍ସ କୋର୍ଟକୁ ଉକ୍ତ ମାମଲା ସ୍ଥାନାନ୍ତର କରିଛନ୍ତି। ଦିଲ୍ଲୀ ସେସନ୍ସ କୋର୍ଟ ଆସନ୍ତା ୨୧ ତାରିଖରୁ ଉକ୍ତ ମାମଲାର ଶୁଣାଣି ଆରମ୍ଭ କରିବେ। ସୁନନ୍ଦାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବା ମାମଲାରେ ଶଶିଙ୍କ ବିରୋଧରେ ଆଇପିସିର ଧାରା ୪୯୮-ଏ ଏବଂ ଧାରା ୩୦୬ ଅଧୀନରେ ମାମଲା ରୁଜୁ ହୋଇଛି। ଥିରୁବନନ୍ତପୁରମ୍‌ ସାଂସଦ ଶଶିଙ୍କୁ ଏହି ମାମଲାରେ ଗତବର୍ଷ ଜାମିନ୍‌ ମିଳିଥିଲା।

ସମ୍ବନ୍ଧିତ ଖବର