ବିଦେଶରେ ରହି ବି ଏହି ଜିନିଷକୁ ଛାଡ଼ିପାରିନାହାନ୍ତି ସୁନ୍ଦର ପିଚାଇ,ନିଦ ଲାଗିବା ପାଇଁ କରନ୍ତି ଏହି କାମ

ନୂଆଦିଲ୍ଲୀ: ଆଜିର ବ୍ୟସ୍ତବହୁଳ ଜୀବନରେ ଶାନ୍ତି ପାଇବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ଲୋକମାନେ କାମ କରି ଥକିଯିବା ପରେ ଶୋଇପାରୁଥିଲେ ବି ନିିଜ ମନକୁ ଶାନ୍ତ କରିପାରନ୍ତି ନାହିଁ। କିଛି ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ନାଁ ଠିକରେ ଶୋଇପାରନ୍ତି ନାଁ ନିଜ ମନକୁ ଶାନ୍ତ କରିପାରନ୍ତି। ଧିରେ ଧିରେ ଏହାର ପ୍ରଭାବ ସେମାନଙ୍କ କାମ ଉପରେ ପଡ଼େ। ହେଲେ ଆପଣ ଜାଣନ୍ତି କି, ଅଧିକ କାମର ଚାପ ଥାଇ ବି ଗୁଗୁଲ୍ ଏବଂ ଆଲଫାବେଟର ସିଇଓ ସୁନ୍ଦର ପିଚାଇ କିଭଳି ଭାବେ ନିଜ ଶରୀରକୁ ଆରାମ ଦେବା ସହ ମନକୁୁ ଶାନ୍ତ ରଖିଥାନ୍ତି।

ଦି ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ ଦେଇଥିବା ଏକ ସାକ୍ଷାତକାରରେ ସୁନ୍ଦର ପିକାଇ କହିଛନ୍ତି ଯେ ସେ ନିଜକୁ ଆରାମ କରିବା ପାଇଁ ନନ୍ ସ୍ଲିପ୍ ଡିପ ରେଷ୍ଟ (ଏନଏସଡିଆର) କୌଶଳ ଅନୁସରଣ କରନ୍ତି। ଏନଏସଡିଆର କରିବା ପାଇଁ ଜଣକୁ ଆଖି ବନ୍ଦ କରି ଭୂମିରେ ଶୋଇବାକୁ ପଡେ। ଏହା ପରେ ନିଜ ଶରୀର, ହାତ ଏବଂ ପାଦକୁ ଆରାମ ଦେବାକୁ ହୁଏ। ତା’ପରେ କୌଣସି ଗୋଟିଏ ଜିନିଷ ଉପରେ ଧ୍ୟାନ କେନ୍ଦ୍ରିତ କରି‌ବାକୁ ପଡ଼େ। ପରେ ଖୋଲା ନୀଳ ଆକାଶ କିମ୍ବା ଏକ ଅନ୍ଧାର କୋଠରୀ ବିଷୟରେ ଚିନ୍ତା କରିବାକୁ ହୁଏ। ଏହା ପରେ ଆପଣଙ୍କର ଶ୍ୱାସକ୍ରିୟା ଏବଂ ଶରୀରର ବିଭିନ୍ନ ଅଙ୍ଗରେ ଥିବା ସମ୍ବେଦନଶୀଳତା ପ୍ରତି ଧ୍ୟାନ ଦେବାକୁ ପଡ଼େ। ପିଚାଇ କହିଛନ୍ତି ଯେ, ‘ଧ୍ୟାନ କରିବା ପାଇଁ ମୋତେ ବହୁତ କଷ୍ଟ ଲାଗେ। ତେଣୁ ୟୁଟ୍ୟୁବରେ ଏନଏସଡିଆର ଭିଡିଓ ଚଲାଇ ମୁଁ ନିଜକୁ ଆରାମ ଦିଏ। ଏନଏସଡିଆର ମାଧ୍ୟମରେ ମୋତେ ବହୁତ ଆରାମ ମିଳେ, ଯାହା ସାଧାରଣତଃ ଶୋଇବା ଦ୍ୱାରା ମିଳେ ନାହିଁ। ଏନଏସଡିଆର ଦ୍ବାରା ଭଲ ନିଦ ହେବା ସହ କାମର ଚାପ କମ ହୋଇଥାଏ ବୋଲି କହିଛନ୍ତି ପିଚ‌ାଇ।

Google CEO Sundar Pichai prefers NSDR to meditation. Here's how to do it
moneycontrol

ତେବେ ବିଦେଶରେ ରହି ବି ୧୫ ବର୍ଷ ହେଲାଣି ସୁନ୍ଦର ପିଚାଇ ଚା’ ପିଇବା ଛାଡ଼ିପାରିନଥିବା କହିଛନ୍ତି। ସେ କହିଛନ୍ତି ଯେ, ପ୍ରତିଦିନ ସେ ୬ରୁ ୭ଘଣ୍ଟା ଶୋଇଥାନ୍ତି। ଏହା ପରେ ସେ ସକାଳ ୬.୪୫ ବା ୭.୩୦ ରେ ଉଠନ୍ତି। ଉଠିବା ପରେ ସେ ଅଣ୍ଡା ଟୋଷ୍ଟ ଖାଇବା ସହ ଗରମ ଚା’ ପିଅନ୍ତି। ଦୀର୍ଘ ୧୫ବର୍ଷ ହେଲାଣି ସେ ସକାଳେ ଏହି ଖାଦ୍ୟ ଖାଇଆସୁଥିବା କହିଛନ୍ତି।

ସମ୍ବନ୍ଧିତ ଖବର