ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁର ୨ ଦିନ ପରେ ତାଙ୍କ ପତ୍ନୀ ତଥା ରାଜ୍ୟସଭା ସାଂସଦ ସୁନେତ୍ରା ପାୱାର ଆସନ୍ତାକାଲି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏବଂ ଏନ୍ସିପିର ମଙ୍ଗ ଧରିବେ।
ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୁଜବଳ ସାମ୍ବାଦିକଙ୍କୁ ଏନେଇ ସୂଚନା ଦେଇ କହିଛନ୍ତି, ସୁନେତ୍ରା ଶନିବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କର କୌଣସି ଅସୁବିଧା ନାହିଁ। ଫଡ଼ନାବିସ ନିଜେ ଏକଥା ସ୍ପଷ୍ଟ କରିଥିବା ସେ କହିଛନ୍ତି। ଶନିବାର ଏନ୍ସିପିର ବିଧାୟକ ଦଳ ବୈଠକ କରାଯିବ। ଏହି ବୈଠକରେ ସୁନେତ୍ରା ପାୱାରଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯିବ। ମିଳିଥିବା ସୂଚନା ଅନୁଯାୟୀ ସୁନେତ୍ରାଙ୍କୁ ଅବକାରୀ ଓ କ୍ରୀଡ଼ା ବିଭାଗ ମିଳିବ ଏବଂ ଫଡ଼ନାବିସ ଅର୍ଥ ବିଭାଗ ନିଜ ହାତରେ ରଖିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/30/new-project-8-2026-01-30-20-54-09.jpg)