ସୁନୀଲ ଆରୋରା ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନ, ୨ରେ ଦାୟିତ୍ୱ ନେବେ

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିଶନର ଓପି ରାଓ୍ଵତଙ୍କ ପରେ ବରିଷ୍ଠତମ ନିର୍ବାଚନ କମିଶନର ସୁନୀଲ ଆରୋରା ଦେଶର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବେ । ଆସନ୍ତା ଡିସେମ୍ବର ୨ ତାରିଖରେ ସେ କାର୍ଯ୍ୟଭାର ଗ୍ରହଣ କରିବେ । ଏହି ଦିନ ଓପି ରାଓ୍ଵତ ଅବସର ଗ୍ରହଣ କରିବେ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ଆରୋରାଙ୍କ ନିଯୁକ୍ତିକୁ ମଂଜୁରୀ ଦେଇଛନ୍ତି । ବରିଷ୍ଠ ପାହ୍ୟାରେ ଆରୋରାଙ୍କ ତଳକୁ ରହିଛନ୍ତି ଅଶୋକ ଲାଭାସା । ଆରୋରା ଏପରି ସମୟରେ କାର୍ଯ୍ୟଭାର ଗ୍ରହଣ କରୁଛନ୍ତି ଯେତେବେଳେ ଦେଶର ୫ଟି ରାଜ୍ୟ ଛତିଶଗଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ନିର୍ବାଚନ ପ୍ରକ୍ରିୟା ଚାଲିଛି । ଏହି ରାଜ୍ୟଗୁଡିକରେ ଚାଲିଥିବା ନିର୍ବାଚନ ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ବିବେଚନା କରାଯାଉଛି । ନୂଆ ମୁଖ୍ୟ ନିର୍ବାଚନ କମିଶନ ଭାବେ ଆରୋରା ହିଁ ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ପରିଚାଳନା କରିବେ ।

ସମ୍ବନ୍ଧିତ ଖବର