ନୂଆଦିଲ୍ଲୀ: ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଦୀର୍ଘ ୯ ମାସପରେ ଶେଷରେ ପୃଥିବୀକୁ ଫେରି ଆସିଛନ୍ତି। ଯୋଜନା ନଥାଇ ଦୀର୍ଘଦିନ ଧରି ମହାକାଶ ଷ୍ଟେସନରେ ଫସି ରହିଥିବା ସମୟରେ ସୁନିତା ୱିଲିୟମ୍ସ ଭାରତକୁ ଖୁବ ମନେ ପକାଇଥିଲେ।
ସୁନିତା ୱିଲିୟମ୍ସ ପୃଥିବୀକୁ ଫେରିବା ପରେ ତାଙ୍କ ପରିବାର ମଧ୍ୟରେ ଖୁସିର ଲହରି ଖେଳି ଯାଇଛି। । ସୁନିତା ୱିଲିୟମ୍ସ ଚଳିତବର୍ଷ ଭାରତ ଆସିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି।
ସୁନିତାଙ୍କ ଭାଉଜ ଫାଲଗୁନି ପାଣ୍ଡ୍ୟା କହିଛନ୍ତି, ‘ମହାକାଶ ଷ୍ଟେସନରେ ଫସି ରହିଥିବା ସମୟରେ ମୁଁ ସୁନିତା ୱିଲିୟମ୍ସଙ୍କ ସହ କଥା ହୋଇଥିଲି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ବେଳେ ମହାକୁମ୍ଭ ଯିବା ବିଷୟରେ କହିଥିଲି।
ମହାକୁମ୍ଭର ନାମ ଶୁଣି ସୁନିତା ୱିଲିୟମ୍ସ ବହୁତ ଖୁସି ହୋଇ ଯାଇଥିଲେ। କେବଳ ଏତିକି ନୁହେଁ,ସେ ମୋତେ ମହାକୁମ୍ଭର ଫଟୋ ଉଠାଇବା ସହିତ ପଠାଇବାକୁ ମଧ୍ୟ କହିଥିଲେ।
ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଗତ ୯ ମାସ ୧୪ ଦିନ ଧରି ମହାକାଶ ଷ୍ଟେସନରେ ଫସି ରହିଥିଲେ। ୨୦୨୫ ମାର୍ଚ୍ଚ ୧୯ ସକାଳ ୩.୨୮ ମିନିଟରେ ଫ୍ଲୋରିଡା ଉପକୂଳର ମେକ୍ସିକୋ ଉପସାଗରରେ ତାଙ୍କର ରକେଟ୍ ଏକ ପାରାଚୁଟ୍ ସହିତ ଖସିଥିଲା। ସେ ମହାକାଶରେ ୧୭ ଘଣ୍ଟା ଯାତ୍ରା କରିବା ପରେ ପୃଥିବୀରେ ପହଞ୍ଚିଥିଲେ।