ନୂଆଦିଲ୍ଲୀ: ମହାକାଶରୁ ଫେରିବା ପରେ ସୁନୀତା ୱିଲିଅମ୍ସ ଓ ବୁଚ୍ ଓ୍ଲିଲ୍ମୋର୍ଙ୍କ ପ୍ରଥମ ସାମ୍ବାଦିକ ସମ୍ମିଳନୀ । ମିଡିଆ ଆଗରେ ବଖାଣିଲେ ମହାକାଶରେ ଦୀର୍ଘ ଦିନ ରହିବାର ଅନୁଭୂତି । ମହାକାଶରେ ରହିବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦେଖାଦେଇଥିବା କଥା ସ୍ବିକାର କଲେ ସୁନୀତା ।
ଭାରତ ବିଷୟରେ କହିଲେ, ଏହା ଏକ ସୁନ୍ଦର ରାଷ୍ଟ୍ର । ମହାକାଶରେ ଥିବାବେଳେ ଯେତେବେଳେ ବି ସେ ଭାରତ ଉପରେ ଦେଇ ଯାଉଥିଲେ, ସେ ମହାକାଶରୁ ଭାରତର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରୁଥିଲେ । ହିମାଳୟ ପାଦଦେଶ, ଜମ୍ମୁକାଶ୍ମୀର ଠାରୁ ଆରମ୍ଭ କରି ଗୁଜରାଟ, ମହାରାଷ୍ଟ୍ର ଆଦି ଅନେକ ସ୍ଥାନର ଫଟୋ ସେ ମହାକାଶରୁ ଉଠାଇଥିବା କହିଛନ୍ତି । ଆଗକୁ ସମୟ ଆସିଲେ ଭାରତ ଆସିବେ । ଇସ୍ରୋ ସହ ମିଶି କାମ କରିବାର ସୁଯୋଗ ମିଳିଲେ ନିଶ୍ଚିତ ଭାବେ କାମ କରିବେ ବୋଲି କହିଛନ୍ତି ସୁନୀତା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/04/01/Ig5B2L9HPNgr0zOfhc0Y.jpg)