ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ସୁନିତା ୱିଲିୟମ୍ସ ପୃଥିବୀ ପୃଷ୍ଠରେ ସୁରକ୍ଷିତ ଭାବେ ଓହ୍ଲାଇଛନ୍ତି। ଆନ୍ତର୍ଜାତୀକ ମହାକାଶ କେନ୍ଦ୍ରରେ ୮ଦିନ ରହିବାର ଯୋଜନା କରି ସୁନୀତା ଓ ତାଙ୍କ ସାଥୀ ମହାକାଶଚାରୀ ବଚ୍ ୱିଲମୋର ୨୦୨୪ ଜୁନ୍ ୫ ତାରିଖରେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ ସେଠାରେ ୯ ମାସ  ଫସି ଯାଇଥିଲେ ।

Advertisment

ଦୀର୍ଘ ୯ମାସପରେ ସୁନିତା ପୃଥିବୀ ପୃଷ୍ଠକୁ ଫେରିବା ଖବର ସାମ୍ନାକୁ ଆସିବା ପରେ ସାରା ବିଶ୍ବରେ ଖୁସିର ମାହୋଲ ‌ଦେଖାଛି । ଏଥିସହିତ ମହାକାଶଚାରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଭାରତରେ ପୂଜାପାଠର ଆୟୋଜନ କରାଯାଇଥିଲା । ବାରଣାସୀରେ ଲୋକେ ସୁନିତାଙ୍କ ପାଇଁ ପୂଜାର୍ଚ୍ଚନା କରିବା ସହ ହୋମ କରି ତାଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।

ଏହି କ୍ରମରେ ସୁନୀତା ୱିଲିୟମ୍ସଙ୍କ ଭାଉଜ ଫାଲଗୁନି ପାଣ୍ଡ୍ୟାଙ୍କ ନଣନ୍ଦଙ୍କୁ ନେଇ ପ୍ରତିକ୍ରିୟା ସା୍ମ୍ନାକୁ ଆସିଛି।

ଫାଲଗୁନି ଦାବି କରି ସୁନୀତାଙ୍କୁ ନେଇ କହିଛନ୍ତି, ‘ସୁନୀତା ବହୁତ ଆଧ୍ୟାତ୍ମିକ। ତାଙ୍କର ଆଧ୍ୟାତ୍ମିକତା ଏହି କଥାରୁ ମଧ୍ୟ ସ୍ପଷ୍ଟ ହୁଏ ଯେ ସେ ଭଗବାନ ଗଣେଶଙ୍କ ମୂର୍ତ୍ତିକୁ ତାଙ୍କ ସହିତ ମହାକାଶକୁ ନେଇଯାଇଥିଲେ। ସେ ଭଗବାନ ଗଣେଶଙ୍କୁ ସର୍ବଦା ଲକି ବୋଲି ଭାବନ୍ତି।

ତେବେ ଏହା ପ୍ରଥମ ନୁହେଁ। ଏହା ପୂର୍ବରୁ ମଧ୍ୟ ତାଙ୍କ ମହାକାଶ ଯାତ୍ରା ସମୟରେ ସୁନୀତା ଭଗବଦ୍ ଗୀତା,  ଭଗବାନ ଶିବ ଏବଂ ଓମ ପ୍ରତିମାକୁ ନିଜ ସହିତ ନେଇ ଯାଇଥିଲେ।’