ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର୍ ମଙ୍ଗଳବାର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ (ଆଇଏସ୍ଏସ୍)ରୁ ବିଦାୟ ନେଇଛନ୍ତି। ପ୍ରଥମେ ବୋଇଂର ଷ୍ଟାରଲାଇନର ମହାକାଶଯାନରେ ୮ ଦିନିଆ ପରୀକ୍ଷଣ ଉଡ଼ାଣ ପାଇଁ ଯୋଜନା କରାଯାଇଥିବା ଏହି ଅଭିଯାନକୁ ଅପ୍ରତ୍ୟାଶିତ ବୈଷୟିକ ତ୍ରୁଟି କାରଣରୁ ବଢ଼ାଇ ଦିଆଯାଇଥିଲା। ୯ ମାସ କାଳ ସୁନୀତା ଏବଂ ୱିଲ୍ମୋର ମହାକାଶରେ ରହିଛନ୍ତି। ତେବେ ସେମାନଙ୍କ ଯାତ୍ରା ଆରମ୍ଭ ହେବାପରଠାରୁ ଏଯାବତ୍ ଘଟିଥିବା ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମର ବିବରଣୀ...
ଜୁନ୍ ୨୦୨୪: ୱିଲିୟମ୍ସ ଏବଂ ୱିଲ୍ମୋର୍ ଜୁନ୍ ୫, ୨୦୨୪ରେ ଆଇଏସ୍ଏସରେ ୮ ଦିନ ରହିବାପାଇଁ ଯୋଜନା ସହିତ ଯାତ୍ରା ଆରମ୍ଭ କରିଥିଲେ। ତେବେ ପହଞ୍ଚିବାର କିଛି ସମୟ ପରେ ଇଞ୍ଜିନିୟରମାନେ ଷ୍ଟାରଲାଇନରରେ ହିଲିୟମ ଲିକ୍ ଏବଂ ପ୍ରପଲଜନ୍ ସିଷ୍ଟମରେ ତ୍ରୁଟି ଥିବା ଜାଣିବା ପରେ ଏହା ସେମାନଙ୍କ ଫେରିବା ପାଇଁ ଅସୁରକ୍ଷିତ ହୋଇପଡ଼ିଥିଲା।
ଅଗଷ୍ଟ ୨୦୨୪: ୨ ମାସ ପରେ ନାସା ସ୍ବୀକାର କଲା ଯେ ମହାକାଶଚାରୀଙ୍କ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ବିଳମ୍ବ ହେବ। ୨୦୨୫ ପ୍ରାରମ୍ଭରେ ସ୍ପେସ୍ଏକ୍ସ ମିସନ ମାଧ୍ୟମରେ ବିକଳ୍ପ ପ୍ରତ୍ୟାବର୍ତ୍ତନ ପାଇଁ ଯୋଜନା ହେଲା।
ସେପ୍ଟେମ୍ବର ୨୦୨୪: ଷ୍ଟାରଲାଇନ୍ର ମହାକାଶଚାରୀଙ୍କୁ ନଆଣି ଖାଲି ପୃଥିବୀକୁ ଫେରିଲା। ଡକିଂ ପୋର୍ଟକୁ ଅନ୍ୟ ମହାକାଶଯାନ ପାଇଁ ମୁକ୍ତ ରଖାଗଲା । ୱିଲିୟମ୍ସ ଏବଂ ୱିଲମୋରଙ୍କ ପାଇଁ ଏକ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଆଇଏସ୍ଏସ୍ର ପରିଚାଳନା ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା।
ନଭେମ୍ବର ୨୦୨୪: ଅନେକ ଦିନ ମହାକାଶରେ ରହିଲେ ସୁଦ୍ଧା ସେମାନଙ୍କ ମନୋବଳ ଦୃଢ଼ ଥିଲା। ମହାକାଶଚାରୀମାନେ ଆଇଏସଏସ୍ରୁ ଧନ୍ୟବାଦ ଦେଇଥିଲେ। ଏନ୍ବିସି ନାଇଟ୍ଲି ନ୍ୟୁଜ୍କୁ ଏକ ସାକ୍ଷାତକାର ଦେଇ ସୁନୀତା ୱିଲିୟମ୍ସ ଜନସାଧାରଣଙ୍କୁ କହିଥିଲେ ଯେ, ଲୋକମାନେ ଆମପାଇଁ ଚିନ୍ତିତ। କିନ୍ତୁ ଆମ ପାଇଁ ବ୍ୟସ୍ତ ହୁଅନା। ଆମେ ଭଲ ଅଛୁ, ଭଲରେ କାମ କରୁଛୁ, ଖାଉଛୁ ଏବଂ ଏଠି ବହୁତ୍ ମଜାମସ୍ତି ବି କରୁଛୁ ବୋଲି ସୁନୀତା କହିଥିଲେ।
ଡିସେମ୍ବର ୨୦୨୪: ନାସା ଔପଚାରିକ ଭାବେ ଅନ୍ୟ ଏକ ବିଳମ୍ବ ହେବ ବୋଲି ଘୋଷଣା କରିଥିଲା। ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ ଫେବ୍ରୁଆରିରୁ ମାର୍ଚ୍ଚ କିମ୍ବା ଏପ୍ରିଲ ହୋଇପାରେ ବୋଲି ନାସା କହିଥିଲା।
ଦୀର୍ଘ ଦିନର ରହଣି, ମହାକାଶରୁ ଧନ୍ୟବାଦ ଏବଂ ନୂତନ ପ୍ରତ୍ୟାବର୍ତ୍ତନ ଯୋଜନା
ମହାକାଶଚାରୀମାନେ ୧୫୦ରୁ ଅଧିକ ବୈଜ୍ଞାନିକ ପରୀକ୍ଷଣରେ ନିୟୋଜିତ ହୋଇ ସେମାନଙ୍କର ବିସ୍ତୃତ ରହଣିକୁ ଗ୍ରହଣ କରିଥିଲେ। ଏହା ମହାକାଶରେ ଚାଲିଥିବା ଗବେଷଣାରେ ଏକ ଉଲ୍ଲେଖନୀୟ ଯୋଗଦାନ ଥିଲା। ଶେଷରେ ସେମାନଙ୍କୁ ଫେରିବା ପାଇଁ ସ୍ପେସ୍ ଏକ୍ସ କ୍ରୁ-୯ ମିସନରେ ସାମିଲ କରାଯାଇଥିଲା।
ମାର୍ଚ୍ଚ ୨୦୨୫: ପ୍ରତ୍ୟାବର୍ତ୍ତନର ଅବଗଣନା ଆରମ୍ଭ
ମାର୍ଚ୍ଚ ୮ : ନାସା ସ୍ପଷ୍ଟ କଲା ଯେ ସୁନୀତା ୱିଲିୟମ୍ସ, ବୁଚ୍ ୱିଲ୍ମୋର ଏବଂ ଅନ୍ୟ ୨ ମହାକାଶଚାରୀ କେବଳ କ୍ରୁ ୧୦ର ସଫଳ ଲଞ୍ଚ୍ ହେବାପରେ ହିଁ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ।
ମାର୍ଚ୍ଚ ୧୫: ସେମାନଙ୍କୁ ସୁରକ୍ଷିତ ଭାବେ ପୃଥିବୀକୁ ଆଣିବା ଲାଗି ନାସା ପକ୍ଷରୁ ସ୍ପେସଏକ୍ସ କ୍ରୁ-୧୦ ମାର୍ଚ୍ଚ ୧୫ ତାରିଖରେ ପଠାଯାଇଥିଲା। ଫାଲକନ ୯ ରକେଟ୍ ଜରିଆରେ କ୍ରୁ ଡ୍ରାଗନ କ୍ୟାପସୁଲକୁ ପଠାଯାଇଥିଲା।
ମାର୍ଚ୍ଚ ୧୭: କ୍ରୁ-୧୦ ମହାକାଶ ଯାନ ଆଇଏସ୍ଏସ୍କୁ ସଫଳତାର ସହିତ ଡକିଂ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/19/yuLFO9k0FYUbQNhJXxjU.jpg)