ଜମ୍ମୁ କଶ୍ମୀର: ଗତକାଲି ଜମ୍ମୁ କଶ୍ମୀର ସଞ୍ଜୁଆନ ଅଞ୍ଚଳରେ ସେନା କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଫାଙ୍କା ଗୁଳ ଚାଳନା କରିଥିଲେ। ଏଥି ମଧ୍ୟରୁ ଗୋଟିଏ ଗୁଳି ଅନ୍ତସତ୍ତ୍ୱା ମହିଳାଙ୍କ ପିଠିରେ ଆସି ବାଜିଥିଲା। ମହିଳାଙ୍କ ଜଣକ ଘଟଣାସ୍ଥଳରେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ସୁସ୍ଥ ସନ୍ତାନକୁ ଜନ୍ମ ଦେଇଛନ୍ତି।
/sambad/media/post_attachments/wp-content/uploads/2018/02/indian_army-1-300x168.jpeg)
ପ୍ରକାଶିତ ରିପୋର୍ଟ ମୁତାବକ, ଶନିବାର ସଞ୍ଜୁଆନ୍ ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିଚାଳନା କରିଥିଲେ, ଏଥିରେ ୩୫ସପ୍ତାହର ଅନ୍ତସତ୍ତ୍ୱା ଥିବା ମହିଳା ଗୁରୁତର ହୋଇଥିଲେ। ଆତଙ୍କବାଦୀଙ୍କ ଏକ ଗୁଳି ତାଙ୍କ ପିଠିରେ ବାଜିବାରୁ ସେ ଯନ୍ତ୍ରଣାରେ ଚିତ୍କାର କରିଥିଲେ, ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟର ଯୋଗେ ହସ୍ପିଟାଲ ନିଆ ଯାଇଥିଲା। ସେଠାରେ ସେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ନବଜାତ ଶିଶୁଟିର ଓଜନ ୨.୫ ରହିଛି।
/sambad/media/post_attachments/wp-content/uploads/2018/02/659583-sunjwan-attack-2-300x169.jpg)
ଡାକ୍ତରଙ୍କ କହିବାନୁସାରେ, ମା ଓ ଶିଶୁ ଉଭୟ ସୁସ୍ଥ ଅଛନ୍ତି। ତାଙ୍କୁ ଖୁବ୍ ଶୀଘ୍ର ଡିସ୍ଚାର୍ଜ ମଧ୍ୟ କରିଦିଆଯିବ। ସୋସିଆଲ ମିଡିଆରେ ଏହି ନବଜାତ ଶିଶୁର ଫଟୋ ଏବେ ଘୁରି ବୁଲୁଛି। କେତେକ ଲୋକ ଏହାକୁ କୌଣସି ଚମତ୍କାରଠାରୁ କମ୍ ନୁହେଁ ବୋଲି କହୁଛନ୍ତି।
ଜୈସ୍-ଇ-ମହମ୍ମଦର ଆତଙ୍କବାଦୀମାନେ ଜମ୍ମୁ କଶ୍ମୀରର ସଞ୍ଜୁଆନ ସେନା କ୍ୟାମ୍ପ ଉପରକୁ ଏକେ-୪୭ ରାଇଫଲ ସହିତ ବଡ଼ବଡ଼ ଅସ୍ତ୍ରଶସ୍ତ୍ର, ଗ୍ରେନେଡ୍ ଲଞ୍ଚର, ଗୋଳାବାରୁଦ ଓ ଗ୍ରେନେଡ ଧରି ଆକ୍ରମଣ କରିଥିଲେ। ଯାହାକୁ ଜବତ ମଧ୍ୟ କରାଯାଇଛି। ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ୫ଜଣ ଯବାନ ସହିଦ ହୋଇଥିବା ବେଳେ ଜଣେ ଯବନାଙ୍କ ବୁଢ଼ା ପିତାଙ୍କ ମୃତ୍ୟୁ ହୋଇଥିଲା। ଏଥିରେ ଅନ୍ୟ ୯ଜଣ ଗୁରୁତର ଆହତ ହୋଇଥିବା ବେଳେ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଥିଲା । ସେନାର ଅପରେସନ୍ ଏବେ ବି ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/xap1-9-2018-000005b-1518351771.jpg.pagespeed.ic_.fRgkRcrJ15.jpg)