ଖରା, ଗରମ ଓ ଆର୍ଦ୍ରତା କରୋନାଭାଇରସ୍‌କୁ ନଷ୍ଟ କରିଦେବ: ଆମେରିକୀୟ ଗବେଷଣା

ନ୍ୟୁୟର୍କ: ଖରା କରୋନାଭାଇରସ୍‌କୁ ମାରି ଦେଉଥିବା ବେଳେ ଉଷ୍ମ ତାପମାତ୍ର ଏବଂ ଆର୍ଦ୍ର ପାଗ କରୋନାଭାଇରସ୍‌କୁ ଅକାମୀ କରି ଦେଉଥିବା କଥା ଗୁରୁବାର ଦିନ ଜଣେ ଆମେରିକୀୟ ସରକାରୀ ଅଧିକାରୀ କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ‘ଡିପାର୍ଟମେଣ୍ଟ୍‌ ଅଫ୍ ହୋମ୍‌ଲାଣ୍ଡ୍‌ ସିକ୍ୟୁରିଟି’ର ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲଜି ଡାଇରେକ୍ଟୋରେଟ୍‌ର କାର୍ଯ୍ୟନିର୍ବାହୀ ମୁଖ୍ୟ ୱିଲିୟମ୍ ବ୍ରାଇନ୍ କହିଛନ୍ତି, ଆମେରିକାର ଗବେଷକମାନଙ୍କ ମତରେ, ଭୂତାଣୁ ଘର ଭିତରେ ଏବଂ ଶୁଷ୍କ ଅବସ୍ଥାରେ ବଞ୍ଚିରହେ। ବାୟୁମଣ୍ଡଳରେ ଉତ୍ତାପ ଏବଂ ଆର୍ଦ୍ରତା ବଢ଼ିଲେ ସେ ଦୁର୍ବଳ ହୋଇଯାଏ। ବିଶେଷକରି ତା’ ଉପରେ ସିଧାସଳଖ ଖରା ପଡ଼ିଲେ ସେ ଜଲଦି ମରିଯାଏ।

Image Courtesy of Malay Mail

ବ୍ରାଇନ୍ ପୁଣି କହିଛନ୍ତି ଯେ ଆମେ ଯାହା ଲକ୍ଷ୍ୟ କରିଛୁ ଟାଣ ଖରା ଚଟାଣ ଓ ଶୂନ୍ୟରେ ଥିବା ଏହି ଭୂତାଣୁକୁ ନଷ୍ଟ କରି ପକାଉଛି। ଗରମ ଏବଂ ଆର୍ଦ୍ରତାରେ ମଧ୍ୟ ଏହି ଭୂତାଣୁ ଦୁର୍ବଳ ହୋଇ ପଡୁଥିବା ଆମେ ଦେଖିଛୁ। ବାୟୁମଣ୍ଡଳର ତାତି ଓ ଆର୍ଦ୍ରତା ଏହି ଭୂତାଣୁକୁ ସୁହାଏ ନାହିଁ।

୭୦ ରୁ ୭୫ ଫାରେନ୍‌ହିଟ୍ ଉତ୍ତାପ ଓ ୨୦% ଆର୍ଦ୍ରତା ଥିବା କୋଠରିରେ ଭୂତାଣୁ ମାତ୍ର ଘଣ୍ଟାଏ ବଞ୍ଚି ରହି ପାରୁଛି। କିନ୍ତୁ, ଖରାକୁ ଚାଲି ଆସିଲେ ଅତିବାଇ‌ଗଣୀ ରଶ୍ମି ପଡୁଥିବାରୁ ଏହି ଭୂତାଣୁ ମାତ୍ର ଦେଢ଼ ମିନିଟ୍ ମଧ୍ୟରେ ନଷ୍ଟ ହୋଇ ଯାଉଛି।

ଏହାଛଡ଼ା ଗବେ‌ଷକମାନେ କହିଛନ୍ତି ଯେ ବ୍ଲିଚ୍ କଲେ ୫ ମିନିଟ୍‌ ମଧ୍ୟରେ ଏବଂ ଆଇସୋପ୍ରୋପାଇଲ୍ ଆଲ୍‌କହଲ୍ ପକାଇଲେ ୩୦ ଏହି ଭାଇରସ୍ ମରିଯାଏ।

 

ସମ୍ବନ୍ଧିତ ଖବର